ବଲିଉଡ୍‌ କଳାକାର ଦିନୟାରଙ୍କ ଦେହାନ୍ତ

ମୁମ୍ବାଇ: ଅଭିନେତା ଭାବେ ଅନେକଙ୍କ ମୁହଁରେ ହସ ଫୁଟାଇଥିବା ବଲିଉଡ୍‌ କଳାକାର ପଦ୍ମଶ୍ରୀ ଦିନୟାର କଣ୍ଟ୍ରାକ୍ଟରଙ୍କର ବୁଧବାର ପରଲୋକ ହୋଇଛି। ବେଶ୍‌ କିଛି ଦନ ହେବ ଅସୁସ୍ଥ ଥିବା ଦିନୟାର ୭୬ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ‘ବାଜିଗର’, ‘ଖିଲାଡି’, ‘ବାଦଶାହା’ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିଥିଲେ। କେବଳ ବଳିଉଡ୍‌ ନୁହେଁ ମଞ୍ଚ ଓ ଟେଲିଭିଜନ ପରଦାରେ ମଧ୍ୟ ତାଙ୍କର ଅଭିନୟ ଦେଖିବାକୁ ମିଳିଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି।

Share