Categories: ଜାତୀୟ

ବଲିଉଡ୍‌ ଗାୟିକାଙ୍କଠାରୁ କରୋନା ସଂକ୍ରମିତ ହେଲେ ଭାଜପା ନେତା!

ନୂଆଦିଲ୍ଲୀ,୨୦।୩: ରାଜସ୍ଥାନର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ତଥା ବସୁନ୍ଧରା ରାଜେଙ୍କ ପୁଅ ଦୁଷ୍ୟନ୍ତ ସିଂ କରୋନା ଚେକ୍‌ଅପ୍‌ ପାଇଁ ଶୁକ୍ରବାର ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ପହଞ୍ଚିଥିବା ଜଣାପଡିଛି। ବଲିଉଡ୍‌ ଗାୟିକା କନିକା କପୁରଙ୍କ ଏକ ପାର୍ଟିରେ ଯୋଗ ଦେବାକୁ ଦୁଷ୍ୟନ୍ତ ରବିବାର ଲକ୍ଷ୍ନୌ ଯାଇଥିଲେ। ତାଙ୍କ ସହ ଆଉ କେତେଜଣ ଭାଜପା ଓ କଂଗ୍ରେସ ନେତା ମଧ୍ୟ ଉକ୍ତ ପାର୍ଟିରେ ଯୋଗ ଦେଇଥିଲେ। ଶୁକ୍ରବାର କନିକାଙ୍କ ନିକଟରେ କରୋନ ପଜିଟିଭ ଆସିବା ପରେ ଏବେ ସେଠାରେ ଯୋଗଦେଇଥିବା ନେତାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଉକ୍ତ ପାର୍ଟିରୁ ଆସିବା ପରେ ଦୁଷ୍ୟନ୍ତ ସଂସଦରେ ଯୋଗଦେବା ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସହ ମଧ୍ୟ ମିଶିଥିବା କୁହାଯାଉଛି। ଏବେ ଦୁଷ୍ୟନ୍ତ ନିଜକୁ ଆଇସୋଲେଶନରେ ରଖିଥିବା ସୂଚନା ମିଳିଛି।

Share