Advertisement
Categories: ଖେଳ

ବଲିଉଡ୍‌ ଗୀତରେ ନାଚିଲେ ଆମେରିକୀୟ ଟେନିସ ଷ୍ଟାର

ଓ୍ବାଶିଂଟନ,୨୨।୧୭- ଆମେରିକାନ ଟେନିସ ଖେଳାଳି ଆଲିସନ ରିସ୍କେ ସଭିଙ୍କୁ ଚକିତ କରିଦେଇଛନ୍ତି। ବିଶ୍ୱର ନଂ ମହିଳା ସିଙ୍ଗଲ୍ସ ଖେଳାଳି ଆଶଲେ ବାର୍ଟିଙ୍କୁ ଓ୍ବିମ୍ବେଲଡନ ଓପନରେ ହରାଇବା ପରେ ସେ ତାଙ୍କ ବନ୍ଧୁ ଷ୍ଟିଫେନ ଅମ୍ରିତରାଜଙ୍କୁ ବିବାହ କରିଛନ୍ତି। ଷ୍ଟିଫେନ ଭାରତକୁ ଟେନିସ ଖେଳାଳି ଭାବେ ପ୍ରତିନିଧିତ୍ୱ କରିସାରିଛନ୍ତି। ସେ ଦେଶର ପୂର୍ବତନ ଓ୍ବାଲର୍‌ଡ ଟୁର ଖେଳାଳି ଆନନ୍ଦ ଅମ୍ରିତରାଜଙ୍କ ପୁଅ। ଏହି ବିବାହ ପିଟ୍ସବର୍ଗଠାରେ ଅନୁଷ୍ଠିତ ହୋଇଥିଲା। ବିବାହ ପରେ ଆଲିସନ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଉକ୍ତ ଭିଡିଓରେ ଆଲିସନ ତାଙ୍କ ଭଉଣୀ ସାରାଙ୍କ ସହ ଏକ ବଲିଉଡ ଗୀତ ‘ନଚଦେ ଶାରେ’ରେ ଡ୍ୟାନ୍ସ କରୁଛନ୍ତି। ଭାରତୀୟ ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା ରିଟୁଇଟ୍‌ କରି ଉଭୟ ଆଲିସନ ଓ ଅମ୍ରିତରାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିକଟରେ ଶେଷ ହୋଇଥିବା ଓ୍ବିମ୍ବେଲଡନ ଓପନରେ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଆଲିସନ ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲେ। ତାଙ୍କୁ କ୍ୱାର୍ଟର ଫାଇନାଲରେ କିମ୍ବଦନ୍ତୀ ଆମେରିକୀୟ ଖେଳାଳି ସେରେନା ଓ୍ବିଲିୟମସ ହରାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel