ବଲିଉଡ୍‌ ଛାଡି ପାରନ୍ତି ଦଙ୍ଗଲ ଗର୍ଲ

ମୁମ୍ବାଇ: ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ ନିଜର ପାରଦର୍ଶିତା ସହ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦଙ୍ଗଲ ଗର୍ଲ ଜାଇରା ଓ୍ବାସିମ ବୋଧହୁଏ ବଲିଉଡ୍‌ ଛାଡିବାକୁ ସ୍ଥିର କରିଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଯେଉଁ ପୋଷ୍ଟ କରିଛନ୍ତି ତାକୁ ଦେଖିଲେ ଅନୁମାନ କରାଯାଉଛି କି ସେ ବଲିଉଡ୍‌ ଛାଡିଦେଇ ପାରନ୍ତି। ଉକ୍ତ ପୋଷ୍ଟରେ ସେ ଲେଖିଛନ୍ତି, ବଲିଉଡ୍‌ରେ ଏଣ୍ଟ୍ରି କରିବା ପରେ ମୁଁ ଭାବିଥିଲି ମୋ ଜୀବନର ଗତିପଥ ବଦଳି ଯାଇଛି। ଏଠି ମୁଁ ନିଜକୁ ଖାପଖୁଆଇ ଆହୁରି ଆଗକୁ ବଢିପାରିବି। ହେଲେ ଏହା ମୋର ଭୁଲ୍‌ ଧାରଣା ଥିଲା। କାରଣ ଏହି ସ୍ଥାନ ମୋ ପାଇଁ ଫିଟ୍‌ ନୁହେଁ। କୋରାନର ଉଦାହରଣ ଦେଇ ଜାଇରା କହିଛନ୍ତି ବଲିଉଡ୍‌ରେ ପ୍ରବେଶ କରିବା ପରେ ମୁଁ ଯେମିତି ଆଲ୍ଲାଙ୍କ ପାଖରୁ ଦୂରେଇ ଯାଉଛି। ତେଣୁ ମୋତେ ପୂର୍ବ ପରିଚୟକୁ ଫେରିଯିବାକୁ ପଡିବ। ପାଖାପାଖି ୬ ପୃଷ୍ଠାର ଏକ ଲମ୍ବା ପୋଷ୍ଟ ଏବେ ଜାଇରାଙ୍କ ପ୍ରଶଂସକଙ୍କୁ ଏକ ପ୍ରକାର ନିରାଶ କରିଛି। ତେବେ କେହି କେହି ଏହା ଜାଇରା କୌଣସି ଚାପଗ୍ରସ୍ତ ହୋଇ ପୋଷ୍ଟ କରିଛନ୍ତି ବୋଲି କହିଛନ୍ତି। ସତକୁ ସତ ଦଙ୍ଗଲ ଗର୍ଲ ବଲିଉଡ୍‌ ଛାଡୁଛନ୍ତି କି ନା ତାହା କେବଳ ସମୟ କହିବ। ନିକଟରେ ସେ ‘ଦ ସ୍କାଏ ଇଜ୍‌ ପିଙ୍କ’ରେ ନଜର ଆସିବେ। ଏହାର ଶୁଟିଂ ସରିବା ପରେ ଜାଇରାଙ୍କ ଏଭଳି ପୋଷ୍ଟ ଏବେ ସମସ୍ତଙ୍କୁ ଚକିତ କରିଦେଇଛି।

Share