ବଲିଉଡ୍‌ ପରେ ଏବେ ଟଲିଉଡ୍‌ ଷ୍ଟାରଙ୍କ ‘ଫେସ୍‌ ଅପ୍‌’ ନିଶା

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ‘ଫେସ୍‌ ଅପ୍‌’ ଚ୍ୟାଲେଞ୍ଜର ନିଶା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବଲିଉଡ୍‌ ସେଲିବ୍ରେଟିଙ୍କ ପରେ ଏବେ ଏହି ନିଶା ଟେଲି କଳାକାରଙ୍କ ଉପରେ ପଡ଼ିଛି। ବହୁ କଳାକାର ନିଜର ବୃଦ୍ଧବୃଦ୍ଧା ସମୟର ଫଟୋକୁ ଶେୟାର କରିଥିବା ବେଳେ ଆଉ କିଛି ସେଲିବ୍ରିଟି ନିଜର ଫଟୋରେ ଓଲ୍ଡ ଏଜ୍‌ ଫିଲଟର ବ୍ୟବହାର କରିଥିବା ନଜର ଆସିଛନ୍ତି। ଦେଖିବାକୁ ଗଲେ କଳାକାର ହୁଅନ୍ତୁ କି ସାଧାରଣଲୋକ ଏହି ଆପ୍‌ ସମସ୍ତଙ୍କୁ ଏଣ୍ଟରଟେନ୍‌ମେଣ୍ଟର ଖୋରାକ୍‌ ଯୋଗାଉଛି।

ଅଭିନେତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏହି ଚ୍ୟାଲେଞ୍ଚ ଗ୍ରହଣ କରିବା ସହ ଏକ ମଜାଳିଆ ଟୁଇଟ କରିଛନ୍ତି। ‘କ୍ୟୁଁକି ଶାଶ୍‌ ଭି କଭି ବୋହୂ ଥି’ର ଏକ ଫଟୋକୁ ଶେୟାର କରି ସ୍ମୃତି ଲେଖିଛନ୍ତି, ଫେସ୍‌ ଅପ୍‌ ଆଗରୁ ଏକତା କପୁର ଯେତେବେଳେ ଆପଣଙ୍କୁ ବୃଦ୍ଧା କରିଦିଅନ୍ତି ସେତେବେଳେ ଆପଣ କେମିତି ଦେଖାଯାଆନ୍ତି। ସେହିପରି ନାଗିନ-୩ ଫେମ୍‌ ଅଭିନେତ୍ରୀ ପର୍ଲ ବି ପୁରୀ ଏହି ଆପ୍‌ର ଚ୍ୟାଲେଞ୍ଜ ଗ୍ରହଣ କରି ତାଙ୍କର ବୃଦ୍ଧା ସମୟର ଫଟୋକୁ ଶେୟାର କରିଛନ୍ତି। ସେ ଏହି ଫଟୋରେ ବହୁ ସମ୍ପୂର୍ଣ୍ଣ ଭିନ୍ନ ଲାଗୁଛନ୍ତି।

ସେହିଭଳି କମେଡି କିଙ୍ଗ କ୍ରିଷ୍ଣା ଅଭିଷେକଙ୍କଠାରୁ ଆରମ୍ଭ କରି କ୍ରିକେଟର ଶ୍ରୀସନ୍ତଙ୍କ ସହ ଅଭିନେତା ଅନୁପମ ଖେରଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ବୃଦ୍ଧ ହେବା ପରେ ବି ଶ୍ରୀସନ୍ତ ବହୁ ହ୍ୟାଣ୍ଡସମ୍‌ ଦେଖାଯିବେ।

ସେହିଭଳି ସୋସିଆଲ ମିଡିଆର ଫ୍ୟାନ୍‌ କ୍ଲବରେ ସାମିଲ ଥିବା ଓ ଟିଭିରେ ପପୁଲାର ବୋହୂଙ୍କ ଫଟୋ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କର ଓଲ୍ଡ ଏଜ୍‌ର ଲୁକ୍‌ ଦେଖିବାକୁ ମିଳିଛି।

Share