ବଲିଉଡ୍‌ ଫେଷ୍ଟିଭାଲରେ ସମ୍ମାନିତ ହେବେ ବୋମନ ଇରାନୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବୋମନ ଇରାନୀଙ୍କୁ ଭାରତୀୟ ଫିଲ୍ମରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁ ନରଓ୍ବେରେ ଆୟୋଜିତ ହେଉଥିବା ୧୭ତମ ବଲିଉଡ୍‌ ଫେଷ୍ଟିଭାଲରେ ସମ୍ମାନିତ କରାଯିବ। ଏହି ସମାରୋହ ସେପ୍ଟେମ୍ବର ୬ରେ ଅସ୍‌ଲୋରେ ଆୟୋଜିତ ହେବ। ଏଥିରେ ବୋମନ ୧ହଜାରକୁ ଊର୍ଦ୍ଧ୍ୱ ସିନେପ୍ରେମୀଙ୍କ ସହ ‘ଇଣ୍ଟରାକ୍‌ଟିଭ୍‌ ସେସନ’ରେ ମଧ୍ୟ ସାମିଲ ହେବେ। ଏନେଇ ଅଭିନେତା ବୋମନ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଉଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ମୁନ୍ନାଭାଇ, ୩ ଇଡିୟଟ୍ସ ସହ ବହୁ ଫିଲ୍ମରେ ନିଜର ଚମତ୍କାର ଅଭିନୟ ପାଇଁ ବୋମନ ଇରାନୀ ବେଶ୍‌ ଜଣାଶୁଣା। ଖୁବ୍‌ଶୀଘ୍ର କବିର ଖାନ୍‌ଙ୍କ ଅପ୍‌ କମିଂ ଫିଲ୍ମ ‘୮୩’ରେ ସେ ନଜର ଆସିବେ।

Share