ବଲିଉଡ୍‌ ମୁଭି ‘ଶିକାରା’ଦେଖି କାନ୍ଦି ପକାଇଲେ ଆଡଭାନୀ

ନୂଆଦିଲ୍ଲୀ,୮।୨: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ‘ଶିକାରା’ ରିଲିଜ୍‌ ହୋଇ ସାରିଛି। କଶ୍ମୀର ପଣ୍ଡିତଙ୍କ କାହାଣୀକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନରେ ୭୫ ଲକ୍ଷ ଟଙ୍କା ଆୟ କରିଛି। ଏହି ଫିଲ୍ମକୁ ଦେଖିବାକୁ ବରିଷ୍ଠ ଭାଜପା ନେତା ଲାଲ କୃଷ୍ଣ ଆଡଭାନୀ ସିନେମା ହଲ ପହଞ୍ଚିଥିଲେ। ଆଉ ଫିଲ୍ମ ଦେଖିବା ପରେ ସେ ନିଜର କୋହକୁ ସମ୍ବରଣ କରିପାରି ନ ଥିଲେ। ସିନେମା ହଲରେ ହିଁ କାନ୍ଦି ପକାଇଥିଲେ ଆଡଭାନୀ। ଏହାର ଏକ ଭିଡିଓ ଏବେ ନିଜେ ବିଧୁ ବିନୋଦ ଚୋପ୍ରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ସ୍ପେଶାଲ ସ୍କ୍ରିନିଂ ସମୟରେ ଆଡଭାନୀଙ୍କର ଏହି ଭିଡିଓଟିକୁ ଶୁଟ୍‌ କରାଯାଇଛି। ତେବେ ଆଡଭାନୀ କାନ୍ଦୁଥିବା ଦେଖିବା ପରେ ତୁରନ୍ତ ବିଧୁ ବିନୋଦ ଚୋପ୍ରା ତାଙ୍କ ନିକଟରେ ପହଞ୍ଚିଯାଇଥିଲେ। ଏହି ଭିଡିଓ ଶେୟାର କରି ବିଧୁ ବିନୋଦ ଚୋପ୍ରା ଲେଖିଛନ୍ତି ଆପଣଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ପାଇ ଆମେ ବହୁତ ଖୁସି। ଏହା ପୂର୍ବରୁ ‘ଶିକାରା’କୁ ନେଇ ବଲିଉଡ୍‌ ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଟୁଇଟ୍‌ କରିଥିଲେ, ଏହା ଏମିତି ଏକ ଫିଲ୍ମ ଯାହାକୁ ସମସ୍ତେ ଦେଖିବା ଉଚିତ୍‌।

Share