ବଲିଉଡ୍‌ ସହ ରାନୁ ମଣ୍ଡଳଙ୍କ ଥିଲା ବହୁ ପୁରୁଣା ସମ୍ପର୍କ, ଜାଣନ୍ତୁ କେମିତି

ରେଳ ଷ୍ଟେଶନରେ ଗୀତ ଗାଇ ପେଟ ପୋଷୁଥିବା ରାନୁଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିଯାଇଛି। ସେ ଏବେ ସେଲିବ୍ରିଟି ପାଲଟି ଯାଇଛନ୍ତି। ନିକଟରେ ସେ ବଲିଉଡ୍‌ରେ ଗୀତ ଗାଇବା ପରେ ତାଙ୍କ ଜୀବନକୁ ନେଇ ଆହୁରି ଚର୍ଚ୍ଚା ଉଠିଛି। ବଲିଉଡ୍‌ ସହ ରାନୁଙ୍କ ପୁରୁଣା ସମ୍ପର୍କ ଥିଲା ବୋଲି ସେ ନିଜେ ଖୁଲାସା କରିଛନ୍ତି। ପ୍ରସିଦ୍ଧ ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ଫିରୋଜ୍‌ ଖାନ୍‌ଙ୍କ ଘରେ ରହି ସେ କାମ କରୁଥିଲେ। ଏପରିକି ତାଙ୍କ ଦୁଇପୁଅ ଅଭିନେତା ଫରଦୀନ ଖାନ୍‌ ଏବଂ ନିର୍ଦ୍ଦେଶକ ସଞ୍ଜୟ ଖାନ୍‌ଙ୍କ ଯତ୍ନ ମଧ୍ୟ ନେଉଥିଲେ। ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ ଏହା କହିଛନ୍ତି। କିଛିଦିନ ତଳେ ଷ୍ଟେଶନରେ ଲତା ମଙ୍ଗେସ୍କରଙ୍କ ଗୀତ ‘ଏକ ପ୍ୟାର୍‌ କା ନଗମା’ ଗାଇ ଚର୍ଚ୍ଚାକୁ ଆସିଥିଲେ ରାନୁ। ସେ ଗାଇଥିବା ଗୀତର ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପି ଯାଇଥିଲା। ରାନୁଙ୍କ କଣ୍ଠରୁ ଏହି ଗୀତ ଶୁଣି ଚାରିଆଡେ ତାଙ୍କର ପ୍ରଶଂସା କରାଯାଇଥିଲା। ଲୋକେ ତାଙ୍କୁ ମ୍ୟୁଜିକ ଇଣ୍ଡଷ୍ଟ୍ରୀର ଦ୍ୱିତୀୟ ଲତା ଦିଦି ମିଳିଗଲେ ବୋଲି କହିଥିଲେ। ଏବେ ରାନୁଙ୍କୁ ଅନେକ ବଲିଉଡ ଶୋ’ରେ ଗୀତ ଗାଇବା ଲାଗି ଅଫର ଆସୁଛି। ସେ ବଲିଉଡ୍‌ର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ହିମେଶ ରେଶମିଆଙ୍କ ଆଗାମୀ ଚଳଚ୍ଚିତ୍ରରେ ‘ହାପି ହାର୍ଡି ହିର୍‌’ର ତେରି ମେରି କାହାଣୀ ଗୀତରେ କଣ୍ଠଦାନ କରିବାର ସୁଯୋଗ ପାଇଛନ୍ତି।

 

Share