Posted inଖେଳ

ବଲ ଅଟକାଇ ରନଆଉଟ୍‌ ହୋଇଥିଲେ ମହାନ ବ୍ୟାଟ୍ସମ୍ୟାନ

କ୍ରିକେଟରେ ଜଣେ ବ୍ୟାଟ୍ସମ୍ୟାନ ରନ୍‌ଆଉଟ୍‌ କେଉଁଭଳି ହୁଏ, ତାହା କ୍ରିକେଟ ପ୍ରଶଂସକଙ୍କୁ ଭଲ ସେ ଜଣା। କିନ୍ତୁ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ମହାନ ବ୍ୟାଟ୍ସମ୍ୟାନ ଇଞ୍ଜାମାମ ଉଲ ହକ୍‌ ୨୦୦୬ରେ ଭାରତ ବିପକ୍ଷରେ ଭିନ୍ନ କାରଣ ପାଇଁ ରନ୍‌ଆଉଟ୍‌ ଘୋଷିତ ହୋଇଥିଲେ। ପେଶାଓ୍ବରଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ୩୦୦ରୁ ଅଧିକ ରନ୍‌ର ପିଛା କରୁଥିଲା ପାକିସ୍ତାନ। ୧୬ ରନ୍‌ କରିଥିବା ଇଞ୍ଜାମାମ ଭାରତୀୟ ପେସର ଏସ୍‌. ଶ୍ରୀସାନ୍ଥଙ୍କ ବଲକୁ ଷ୍ଟେପ ଆଉଟ୍‌ କରି ମିଡ୍‌ ଅଫ୍‌ ଅଞ୍ଚଳକୁ ଖେଳିଥିଲେ। ସେଠାରେ ଥିବା ସୁରେଶ ରାଇନା ବଲକୁ ଷ୍ଟମ୍ପ ଆଡ଼କୁ ଥ୍ରୋ କରିଥିଲେ। ମାତ୍ର ଇଞ୍ଜାମାମ କ୍ରିଜକୁ ଫେରିବାକୁ ଉଦ୍ୟମ କରିବା ପରିବର୍ତ୍ତେ ବ୍ୟାଟ୍‌ ଦେଖାଇ ବଲକୁ ଅଟକାଇ ଦେଇଥିଲେ। ଏହାକୁ ଭାରତୀୟ ଦଳର ଖେଳାଳିମାନେ ଅପିଲ କରିଥିଲେ। ଅମ୍ପାୟର ସାଇମନ ଟଫେଲ ସ୍କୋୟାର ଲେଗ୍‌ ଅମ୍ପାୟରଙ୍କ ସହ ଆଲୋଚନା ପରେ ଆଉଟ୍‌ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପମ୍ପ ପୁନଃଉଦ୍ଧାର କାର୍ଯ୍ୟରେ ଅନିୟମିତତା: ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ଛତ୍ରପୁର,୧୩ା୪(ଦିଲ୍ଲୀପ ସାମଲ): ନିମ୍ନମାନର କାମ ସହ ଆର୍ଜବେଷ୍ଟ ଉପରେ ସିମେଣ୍ଟ ପକାଇ ସରକାରୀ ଅର୍ଥକୁ ହରିଲୁଟ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି...

ଚାଲାଣ ହେଉଥିଲା ଖଇରକାଠ: ମାଡ଼ି ବସିଲା ବନ ବିଭାଗ

ପଦ୍ମପୁର,୧୩ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବନ ବିଭାଗ ପକ୍ଷରୁ ଏକ ଖଇରକାଠ ବୋଝଇ ବୋଲେରୋ ପିକଅପ(ଓଡି ୩୧ -୬୩୩୬ ) ଜବତ କରାଯାଇଛି। ବୋଲେରୋରେ...

ସମୁଦ୍ରମୁହାଁ ଅଲିଭରିଡଲେ ଶାବକ ଦେଖିଲେ ରାଜ୍ୟପାଳ

ଛତ୍ରପୁର,୧୩ା୪(ସନ୍ତୋଷ ପାଢ଼ୀ ):ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି ରବିବାର ଗଞ୍ଜାମ ଜିଲା ଗସ୍ତରେ ଆସି ସେ ଜିଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତଦାରଖ କରିଥିଲେ। ଏହି...

ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୧୩ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ବାଇବାଲିର ପଞ୍ଚାନନ ନାଇକଙ୍କୁ ଏକ ହତ୍ୟା ଧମକ ମାମଲାରେ ଗିରଫ କରିଛନ୍ତି। ଏଥିସହ ତାଙ୍କଠାରୁ ପୋଲିସ...

ଜଣାପଡ଼ିଲା କେଉଁ ଫୋନ ବ୍ୟବହାର କରୁଛନ୍ତି ବିରାଟ କୋହଲି, ଜାଣନ୍ତୁ ଏହାର ମୂଲ୍ୟ

ନୂଆଦିଲ୍ଲୀ,୧୩।୪: ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଖେଳାଳି ବିରାଟ କୋହଲି କେବଳ ତାଙ୍କର ଚମତ୍କାର ଖେଳ ପାଇଁ ନୁହେଁ ବରଂ ତାଙ୍କର ଜୀବନଶୈଳୀ ଏବଂ ଗ୍ୟାଜେଟ...

ମିଳିଲା ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ଉଦଳା,୧୩।୪: ମୟୂରଭଞ୍ଜ ଜିଲା ଶାଳଖୁଣ୍ଟା ସ୍ଥିତ ଆଶ୍ରମ ବିଦ୍ୟାଳୟରୁ ରବିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ବିଦ୍ୟାଳୟରୁ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା...

ଏପ୍ରିଲ ୧୫ ରୁ ଜୁନ୍ ୧୪ ଯାଏ ସମୁଦ୍ରରେ ମାଛଧରା ଉପରେ ପ୍ରତିବନ୍ଧକ ଲଗାଇଲେ ରାଜ୍ୟ ସରକାର

ଚେନ୍ନାଇ,୧୩।୪: ସାମୁଦ୍ରିକ ସମ୍ପଦ ସଂରକ୍ଷଣ ଏବଂ ଅଣ୍ଡାଦାନ ଋତୁରେ ମାଛ ପ୍ରଜନନକୁ ସୁରକ୍ଷା ଦେବା ପାଇଁ ଲକ୍ଷ୍ୟରେ ରଖି ରାଜ୍ୟ ସରକାର ସମୁଦ୍ରରେ ମାଛଧରା ଉପରେ...

୮ଟି ଶ୍ରେଣୀକୁ ୫ କୋଠରି, ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

କେସିଙ୍ଗା,୧୩ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଶିକ୍ଷାଦାନ କ୍ଷେତ୍ରରେ ବହୁ ଅବହେଳା ହେଉଛି। ଇତିମଧ୍ୟରେ ଗଣଶିକ୍ଷା ଓ ବିଦ୍ୟାଳୟ ମନ୍ତ୍ରୀ କେସିଙ୍ଗା ପରିଦର୍ଶନ ଆସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image