ବଳକା ଧାନର ଅଭାବୀ ବିକ୍ରି

ବାଲିଆପାଳ,୧୧।୭(ସ୍ବ.ପ୍ର.)-ସେବା ସମବାୟ ସମିତି ଗତ ମାସ ୩୦ ତାରିଖରୁ ଡାଳୁଅ ଧାନ କିଣା ବନ୍ଦ କରିଦେବାରୁ ଚାଷୀମାନେ ବଳକା ଧାନ ବିକି ନ ପାରି ହଇରାଣ ହେଉଛନ୍ତି। ଏହି ସୁଯୋଗରେ ଆନ୍ଧ୍ର , ପଶ୍ଚିମବଙ୍ଗର ବେପାରୀ ଓ ଦଲାଲ ଏଠାରେ ଡେରା ପକାଇ ଚାଷୀଙ୍କଠାରୁ କମ୍‌ ଦରରେ ଧାନ କିଣି ନେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ପାଇଁ ନୂଆ ନୂଆ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ଏହାର ସୁଫଳ ଚାଷୀଙ୍କ ପାଖରେ ପହଞ୍ଚତ୍ ପାରୁନାହିଁି। ତ୍ରୁଟିପୂର୍ଣ୍ଣ ଧାନ କିଣା ନୀତି ଓ ଉତ୍ପାଦନ ତୁଳନାରେ କମ୍‌ ଟାର୍ଗେଟ ଧାର୍ଯ୍ୟ କରାଯାଉ ଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ କ୍ଷତି ସହୁଥିବା କହିଛନ୍ତି।
ବାଲେଶ୍ୱର ଜିଲାର ବାଲିଆପାଳ କୃଷିପ୍ରଧାନ ଅଞ୍ଚଳ। ଜଳସେଚନ ସୁବିଧା ଥିବାରୁ ରବି ଋତୁରେ ଏଠାରେ ପ୍ରଚୁର ଅଧିକ ଅମଳକ୍ଷମ ଡାଳୁଅ ଧାନ ଚାଷ ହୋଇଥାଏ। ଚଳିତବର୍ଷ ଧାନ ଉତ୍ପାଦନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେବା ସମବାୟ ସମିତି ଜରିଆରେ ଚାଷୀଙ୍କଠାରୁ ସିଧାସଳଖ ସରକାରୀ ଧାର୍ଯ୍ୟ ମୂଲ୍ୟ ଅନୁଯାୟୀ ଧାନ କିଣିବା ବ୍ୟବସ୍ଥା କରିଥିଲେ। ଧାନର ସର୍ବନିମ୍ନ ମୂଲ୍ୟ ରହିଥିଲା ୧୭୫୦ ଟଙ୍କା । ଧାନ ଅମଳ ପରେ ସେବା ସମବାୟ ସମିତି ଅଳ୍ପ କିଛିଦିନ ଧାନ କିଣି ଟାର୍ଗେଟ ପୂରଣ ହେଇଗଲା ଦର୍ଶାଇ ଆଉ ଧାନ କିଣୁ ନାହାନ୍ତି । ଚାଷୀମାନେ ଏହାର ପ୍ରତିବାଦ ଜଣାଇ କିଭଳି ଟାର୍ଗେଟ ପୂରଣ ହେଲା ବୋଲି ପ୍ରଶ୍ନ କରି ଧାନ କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଚାଷୀଙ୍କଠାରୁ ସମସ୍ତ ବଳକା ଧାନ କିଣିବାକୁ ନିଷ୍ପତ୍ତି ନିଅନ୍ତୁ ବୋଲି ଦାବି କରିଛନ୍ତି ା ଏବେ ବର୍ଷାଋତୁ ଆରମ୍ଭ ହୋଇଯାଇଥିବାରୁ ଚାଷୀମାନେ ନିଜ ପାଖରେ ବଳକା ଧାନ ରଖି ନ ପାରିବା ନେଇ ଚିନ୍ତାରେ ପଡିଛନ୍ତି। ଏଭଳି ସ୍ଥିତିରେ ସେମାନେ ଆନ୍ଧ୍ର ଓ ପଶ୍ଚିମବଙ୍ଗର ବ୍ୟବସାୟୀଙ୍କୁ କୁଇଣ୍ଟାଲ ପିଛା ୧ହଜାର ଟଙ୍କାରେ ଧାନ ବିକ୍ରି କରି ଦେଉଥିବା ଅଭିଯୋଗ କରିିଛନ୍ତି। ଅନ୍ୟପକ୍ଷେ ବର୍ତ୍ତମାନ ବାଲିଆପାଳ ଅଞ୍ଚଳରୁ ପ୍ରତିଦିନ ଟ୍ରକରେ ରାଜ୍ୟ ବାହାରକୁ ଧାନ ଚାଲାଣ ବୃଦ୍ଧି ପାଉଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ଅଙ୍କୁଶ ଲଗାଯାଉ ନାହିଁ ା ବେପାରୀମାନେ ଅଭାବୀ ବିକ୍ରିର ଶିକାର ହୋଇଥିଲେ ବି ଏହାର କୌଣସି ପ୍ରତିକାର କରାଯାଉ ନାହିଁ । ଚଳିତ ବର୍ଷ ସରକାର ଟାର୍ଗେଟ ଅନୁଯାୟୀ ଚାଷୀଙ୍କଠାରୁ ସାଢେ ୮ କୁଇଣ୍ଟାଲ ଲେଖାଏ ଧାନ କିଣିଛନ୍ତି । ଅଧିକ ଉତ୍ପାଦନ ସତ୍ତ୍ୱେ କମ୍‌ ଧାନ କିଣା ଟାର୍ଗେଟ ଧାର୍ଯ୍ୟ ହେଉଥିବାରୁ ଚାଷୀମାନେ କ୍ଷତି ସହୁଛନ୍ତି ବୋଲି ଚାଷୀ ଭରତ ମହାନ୍ତି, ଜଗମୋହନ ଜେନା, ଅନନ୍ତ ରାଉତ, ଗତିକୃଷ୍ଣ ପଣ୍ଡା, ମୃତ୍ୟୁଞ୍ଜୟ ସେନାପତି, ସାବିତ୍ରୀ ସାହୁ, ବଂଶୀଧର ଜେନା, ଖଗେଶ୍ୱର ପାଢୀ ପ୍ରମୁଖ ଅଭିଯୋଗ କରିଛନ୍ତ। ରାଜ୍ୟ ସରକାର ପରିସ୍ଥିତି ଅନୁଧ୍ୟାନ କରି ସମସ୍ୟାର ପ୍ରତିକାର ନ କଲେ ଚାଷୀମାନେ ବାଧ୍ୟ ହୋଇ ଚାଷ ଛାଡିଦେବ ବୋଲି କହିଛନ୍ତି । ଏ ସମ୍ପର୍କରେ ବାଲିଆପାଳ ସେବା ସମବାୟ ସମିତି ସଭାପତି ସୁବ୍ରତ ମହାପାତ୍ରଙ୍କୁ ପଚାରିବାରୁ କହିଛନ୍ତି, ସରକାରଙ୍କ ଟାର୍ଗେଟ ଅନୁସାରେ ଧାନ କିଣା ଯାଇଛି । ବଳକା ଧାନ କିଣିବା ପାଇଁ ସରକାରୀ ନିର୍ଦ୍ଦେଶ ଆସିଲେ ତୁରନ୍ତ ଏହା କାର୍ଯ୍ୟକାରୀ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବସିବାକୁ କେନ୍ଦ୍ର କରି ହଟ୍ଟଗୋଳ: ବିକଶିତ ଗାଁ ବିକଶିତ ଓଡ଼ିଶା ବୈଠକ ବନ୍ଦ

କାଳିପଦା,୨୫।୪(ରାଜଶ୍ରୀ ପାଣିଗ୍ରାହୀ)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସଭା ଗୃହ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ବିକଶିତ ଗାଁ ବିକାଶିତ ଓଡ଼ିଶା କାର୍ଯ୍ୟକ୍ରମ ଲାଗି ବୈଠକ ଆୟୋଜନ କରାଯାଇଥିଲା।...

ରାସ୍ତା ପ୍ରଶସ୍ତିକରଣ ପାଇଁ ପାଟଣା ବଜାରରୁ ଉଚ୍ଛେଦ ହେବ ଜବରଦଖଲ

ପାଟଣା,୨୪/।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ଥିକରଣ ସକାଶେ ଜବରଦଖଲ ଉଚ୍ଛେଦ ପାଇଁ ଘୋଷଣା କରିଛି।...

Pahalgam Terror Attack: ନିସ୍ତବ୍ଧ ଇଶାଣୀ ଗାଁ

ବାଲେଶ୍ୱର, ୨୪।୪(ବାଞ୍ଛାନିଧି ଦେ):ବାଲେଶ୍ୱର ସଦର ବ୍ଲକ ସାରଗାଁ ପଞ୍ଚାୟତ ଅଧୀନ ଇଶାଣୀ ଗାଁ ଏବେ ନିସ୍ତବ୍ଧ। ସମସ୍ତେ ହତବାକ୍‌ ଓ ମ୍ରିୟମାଣ। ପ୍ରଶାନ୍ତଙ୍କ ମୃତ୍ୟୁକୁ କେହି...

Terror Attack Death: ଜନ୍ମମାଟିରେ ପହଞ୍ଚିଲା ଓଡ଼ିଆ ପୁଅଙ୍କ ମର ଶରୀର

ବାଲେଶ୍ୱର,୨୪।୭: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଆଜି ହେବ ଶେଷକୃତ୍ୟ। ଆଜି ଭୋରରେ ବାଲେଶ୍ୱର ଇସାଣୀରେ ପହଞ୍ଚିଛି...

ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା...

୩୦ରେ ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟନ କରିବେ ମମତା: ପୁରୀରୁ ଆସିବେ ଦଇତାପତି, ପଣ୍ଡିତ

ଭୋଗରାଇ, ୨୧।୪( ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ସାହାବାଜିପୁର ଠାରୁ ମାତ୍ର ୨ କିମି ଦୂର ପଶ୍ଚିମବଙ୍ଗ ନିଉ ଦୀଘା ରେଳଷ୍ଟେସନ...

ବଜ୍ରପାତ ନେଲା ଜଣଙ୍କ ଜୀବନ

ବାଲେଶ୍ୱର,୧୮ା୪: ବାଲେଶ୍ୱର ଜିଲା ରେମୁଣା ଜଗନ୍ନାଥପୁର ଗାଁରେ ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଫକୀରମୋହନ ଗୋଲେଇରେ ଏକ ବିରାଟ କଦମ୍ବ ଗଛ ଭାଙ୍ଗି...

ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ଦୁଇ ଭଉଣୀ

ବସ୍ତା, ୧୬।୪(ହରିଶଙ୍କର ପାଢ଼ି): ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଗାନ୍ଧୀ ଛକ ନିକଟରେ ମଙ୍ଗଳବାର ଅପରାହ୍ନ ୨ଟା ବେଳେ ଏକ ଦୁଃଖଦ ଘଟଣା ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image