Categories: ଜାତୀୟ

ବଳଦଗାଡ଼ିକୁ ଧକ୍କା ଦେଲା ଟ୍ରେନ୍‌: ୫ ମୃତ

ପାଟନା,୧୬।୧: ବିହାର ସମସ୍ତିପୁର ଜିଲାରେ ଗୁରୁବାର ଏକ ଟ୍ରେନ୍‌ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ର୍ତ୍ତି କରାଯାଇଛି। ସ୍ଥାନୀୟ ହସନପୁର ଥାନା ଅଞ୍ଚଳର ମହୁଆ ଢ଼ାଲା ନିକଟରେ ଏକ ବଳଦଗାଡ଼ିରେ ବସି ୭ ଜଣ ଲୋକ ରେଳ ଫାଟକ ପାର ହେଉଥିବା ବେଳେ ଟ୍ରେନ୍‌ (ନମ୍ବର ୬୩୩୪୮) ଏହାକୁ ଧକ୍କା ଦେଇଥିଲା। ଖବର ପାଇଁ ସ୍ଥାନୀୟ ପୋଲିସ, ରେଳ ବିଭାଗ ଅଧିକାରୀ ସିଆରପିଏଫ୍‌ ଏବଂ ଆର୍‌ପିଏଫ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହାର ତଦନ୍ତ ଜାରି ରହିଛି।

Share