Advertisement
Categories: ଗଞ୍ଜାମ

ବଳାକତ୍।ର ଅଭିଯୋଗରେ ଯୁବକ ଗିରଫ

ବୁଗୁଡ଼ା,୨୮।୭(ଡି.ଏନ.ଏ.)-ଜନୈକା ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିବା ଏବଂ ତାଙ୍କର ଅଶ୍ଳୀଳ ଭିଡିଓକୁ ଭାଇରାଲ କରିବା ଅଭିଯୋଗରେ ବୁଗୁଡ଼ା ପୋଲିସ ରବିବାର ଜଣେ ଯୁବକଙ୍କୁ କୋର୍ଟଚାଲାଣ କରିିଛି। ଗିରଫ ଯୁବକ ହେଲେ ବୁଗୁଡ଼ା ଥାନା ଭୋଗଡ଼ା ଗ୍ରାମର ସଞ୍ଜୟ ମିଶ୍ର। ଯୁବତୀଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ.୧୪୭/୧୯ରେ ମାମଲା ରୁଜୁ କରିଥିଲା। ୪ ବର୍ଷ ତଳେ ଯୁବକ ଜଣକ ଏକ ବିବାହ ଉତ୍ସବରେ ଯୁବତୀଙ୍କୁ ଭେଟିଥିଲେ। ପରେ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ମଧ୍ୟ ରଖି ଆସୁଥିଲେ। ଗତ ଦୁଇ ସପ୍ତାହ ତଳେ ଯୁବତୀଙ୍କ ଏକ ଅଶ୍ଳୀଳ ଭିଡିଓକୁ ଭାଇରାଲ କରାଇବା ଫଳରେ ଯୁବତୀ ଜଣକ ଗତ ଗୁରୁବାର ସନ୍ଧ୍ୟାରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରିବା ସହ ଉଭୟଙ୍କର ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଡାକ୍ତରୀ ମାଇନା କରାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel