ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ନବରଙ୍ଗପୁର,୫-୨(ବି.ପ୍ର.):ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ସ୍ପେଶାଲ ଟ୍ରାକ କୋର୍ଟ ଜଜ୍‌ ମନୋରଞ୍ଜନ ଦାଶ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ୨୦୧୮ ଅଗଷ୍ଟ ୧୬ ତାରିଖରେ ଜଣେ ଯୁବତୀ ଜମିରୁ କାମ ସାରି ଫେରୁଥିଲେ। ଏହି ସମୟରେ ତେନ୍ତୁଳିଖୁଣ୍ଟି ଥାନା ଅଧୀନ ବିରିଗୁଡା ଗାଁର ତିଳ ସୌରା ତାଙ୍କୁ ପୋଖରୀ ହୁଡାର ଏକ କୁଡିଆ ଘରକୁ ନେଇ ବଳାତ୍କାର କରିଥିଲେ। ଯୁବତୀ ଜଣକ ଏ ନେଇ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦେଇଥିଲେ। ଥାନାରେ ନଂ. ୭୫/୧୮ରେ ପୋଲିସ ମାମଲା ରୁଜୁ କରି ଅଭିଯୋଗ ଫର୍ଦ୍ଦ କୋର୍ଟରେ ଦାଖଲ କରିଥିଲା।

Share