ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ଫୁଲବାଣୀ ଅଫିସ,୬ା୧୧: ଏକ ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ସହକାରୀ ଦୌରାଜଜ୍‌ ସୌଭାଗ୍ୟ ରଞ୍ଜନ ସ୍ବାଇଁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ଅନାଦେୟ ଅଧିକ ଅଢ଼େଇ ବର୍ଷ ଜେଲ ଭୋଗିବାକୁ ରାୟରେ କୋର୍ଟ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ହେଲେ ଦାରିଙ୍ଗବାଡି ଥାନା ଅଞ୍ଚଳର ରାମସିଂ ପ୍ରଧାନ ା ୨୦୧୫ ମେ ୨୧ ତାରିଖରେ ଦାରିଙ୍ଗବାଡି ଥାନା ଅଞ୍ଚଳର ଜଣେ ବିଧବା ମହିଳା (୩୨) ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ ା ରାମସିଂ ସେଠାରେ ପହଞ୍ଚି ତାଙ୍କୁ ଛୁରି ଦେଖାଇ ପାଟିକଲେ ଜୀବନରେ ମାରିଦେବାକୁ ଧମକ ଦେଇ ବଳାତ୍କାର କରିଥିଲେ ା ରାମସିଂ ଏପରି ଭୟଭୀତ କରି ଆଉ ୨/୩ ଥର ବଳାତ୍କାର କରିଥିଲେ ମଧ୍ୟ ଭୟରେ ମହିଳା ଜଣକ କାହାରିକୁ ଏ ବିଷୟରେ କହି ନ ଥିଲେ ା ପରେ ସେ ଗର୍ଭବତୀ ହୋଇଥିବା ଜାଣିବାରୁ ୨୦୧୫ ଅକ୍ଟୋବର ୧୫ରେ ଦାରିଙ୍ଗବାଡି ଥାନାରେ ଏତଲା ଦେଇଥିଲେ ା ପୋଲିସ ନଂ.୧୧୫/୧୫ରେ ଏକ ମାମଲା ରୁଜୁ କରି ରାମସିଂଙ୍କୁ ଗିରଫ କରି କୋର୍ଟଚଲାଣ କରିଥିଲା ା ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରତାପ କୁମାର ପାତ୍ର ମାମଲା ପରିଚାଳନା କରୁଥିଲେ ା

Share