ନୂଆଦିଲ୍ଲୀ,୪ା୧୨: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ପୋଡ଼ି ମାରିଦେବା ଘଟଣାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯାଉଥିବାବେଳେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତି ମାଲିଓ୍ବାଲ ୬ ମାସ ମଧ୍ୟରେ ବଳାତ୍କାରୀଙ୍କୁ ଫାଶୀ ଦେବା ଲାଗି ସରକାର ଆଇନ ଆଣିବାକୁ ଦାବି କରିଛନ୍ତି। ସେ ଟୁଇଟ କରି ଏହା କହିବା ପରେ ଆମରଣ ଅନଶନ ଲାଗି ଧମକ ଦେଇଛନ୍ତି। ୪ରୁ ଜନ୍ତରମନ୍ତରଠାରେ ଆମରଣ ଅନଶନ କରାଯିବ ବୋଲି ସେ ଘୋଷଣା କରି ମହିଳାଙ୍କ ସୁରକ୍ଷା ଗ୍ୟାରେଣ୍ଟି ନିହାତି ଆବଶ୍ୟକ ଥିବା ସ୍ବାତି ପ୍ରକାଶ କରିଛନ୍ତି।