Categories: ଜାତୀୟ

ବଳାତ୍କାରୀଙ୍କୁ ୬ ମାସ ମଧ୍ୟରେ ମିଳିବ ଦଣ୍ଡ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୧: ଏଣିକି ଏମିତି ସିଷ୍ଟମ ତିଆରି କରାଯିବ ଯେଉଁଥିରେ ବଳାତ୍କାରୀଙ୍କୁ ୬ ମାସ ମଧ୍ୟରେ ଦଣ୍ଡ ମିଳିବ ବୋଲି ଶୁକ୍ରବାର କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ସୂଚନାଯୋଗ୍ୟ, ନିର୍ଭୟା ଗଣବଳାତ୍କାର ମାମଲାରେ ତାଙ୍କ ମା’ ଆଶା ଦେବୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଉପରେ ଦୋଷ ଲଦିଥିଲେ। ସେ କହିଥିଲେ ଦିଲ୍ଲୀ ସରକାରଙ୍କ ଯୋଗୁ ନିର୍ଭୟା ମାମଲାର ଦୋଷୀଙ୍କୁ ଦଣ୍ଡ ମିଳିବାରେ ବିଳମ୍ବ ହୋଇଛି। ସେହିପରି ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଓ ସ୍ମୃତି ଇରନୀ ମଧ୍ୟ ଦିଲ୍ଲୀ ସରକାରଙ୍କ ଉପରେ ଦୋଷ ଲଦିଥିଲେ। ଦୋଷୀଙ୍କୁ ଦଣ୍ଡ ମିଳିବାରେ ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ସରକାର ଦାୟୀ ବୋଲି ସେ କହିଥିଲେ। ଏହାକୁ ନେଇ ଏବେ କେଜରିଓ୍ବାଲ କହିଛନ୍ତି ନିର୍ଭୟା ମାମଲା ଭଳି ସମ୍ବେଦନଶୀଳ ମାମଲାକୁ ନେଇ ରାଜନୀତି କରିବା ଅବା ପରସ୍ପର ଉପରେ ଦୋଷ ଲଦିବା ଠିକ୍‌ ନୁହେଁ। ବରଂ ଆମେ ଏମିତି ସିଷ୍ଟମ ପ୍ରସ୍ତୁତ କରିବୁ ଏଣିକି ୬ମାସ ମଧ୍ୟରେ ବଳାତ୍କାରୀଙ୍କୁ ଦଣ୍ଡ ମିଳିବ।

Share