ବଳାତ୍କାରୀଙ୍କୁ ୭ ବର୍ଷ ଦଣ୍ଡାଦେଶ

ତାଳଚେର,୧୮ା୩(ନି.ପ୍ର): ଏକ ବଳାତ୍କାର ମାମଲାର ବିଚାର କରି ତାଳଚେର ଅତିରିକ୍ତ ଜିଲା ଦୌରାଜଜ୍‌ ଅମୃତ ରଞ୍ଜନ ନନ୍ଦ ମଙ୍ଗଳବାର ଖମାର ଉପଖଣ୍ଡ ବଡ଼ଗୁଣ୍ଡୁ ଗ୍ରାମର ସାଲୁକା ବାଇପେଇଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ ସଶ୍ରମ କାରାଦଣ୍ଡା ଦେଶ ଶୁଣାଇଛନ୍ତି। ଏଥିସହ ୧୫୦୦୦ ଟଙ୍କା ଜରିମାନା ଏବଂ ଅନାଦେୟ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲା ବିବରଣୀରୁ ପ୍ରକାଶ, ୧୭।୩।୨୦୧୬ରେ ସାଲୁକାଙ୍କ ନାମରେ ଏକ ବଳାତ୍କାର ଅଭିଯୋଗ ହୋଇଥିଲା। ଏ ନେଇ ଖମାର ଥାନାରେ କେସ ନଂ. ୨୦/୧୬ରେ ମାମଲା ରୁଜୁ ହୋଇଥିଲା। ସରକାରଙ୍କ ତରଫରୁ ଏହି ମାମଲାକୁ ନିର୍ମଳ କୁମାର ତ୍ରିପାଠୀ, ନରେଶଚନ୍ଦ୍ର ନାଏକ ପରିଚାଳନା କରିଥିଲେ।

Share