ବଳାତ୍କାରୀ ବାପାଙ୍କୁ ୧୦ ବର୍ଷ ଜେଲ୍‌

ବ୍ରହ୍ମପୁର ଅଫିସ,୧୭।୮ : ଏକ ବଳାତ୍କାର ମାମଲାର ଶୁଣାଣି କରି ଅତିରିକ୍ତ ଜିଲା ଦୌରା ଜଜ୍‌ ଜଗଦୀଶ ପ୍ରସାଦ ମହାନ୍ତି ବଳାତ୍କାରୀ ବାପାଙ୍କୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ୧୭ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ୨୦୧୬ ଫେବୃଆରୀ ୫ ତାରିଖରେ ନିଜ ଝିଅଙ୍କୁ ତାଙ୍କ ବାପା ବଳପୂର୍ବକ ବାରମ୍ବାର ବଳାତ୍କାର କରଥିବା ଥାନାରେ ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୋଲିସ ବଳାତ୍କାରୀ ବାପାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ପୋଲିସ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲ। ବଳାତ୍କାରୀ ଜଣକ ଆଜି ଯାଏ ମଣ୍ଡଳ କାରାଗାରରେ ବିଚାରାଧୀନ କଏଦୀ ଭାବେ ଥିଲେ। ଶନିବାର ଏହି ମାମଲାର ବିଚାରଣା ବେଳେ ୧୦ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିବାରୁ ଜଜ୍‌ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା ବେଳେ କୋର୍ଟରେ ଉପସ୍ଥିତ ଥିଲେ।

Share