Categories: ଜାତୀୟ

ବଳାତ୍କାର ଅଭିଯୁକ୍ତଙ୍କୁ ୧୭ ଦିନରେ ଜେଲ

ଜୟପୁର, ୧୯।୧୨(ପି.ଟି.): ରାଜସ୍ଥାନର ଚୁରୁ ଜିଲାରେ ଜଣେ ଶିଶୁଙ୍କୁ ବଳାତ୍କାର କରାଯିବା ଘଟଣାରେ ପୋକ୍ସୋ କୋର୍ଟ ମାତ୍ର ୧୭ ଦିନରେ ଅଭିଯୁକ୍ତ ଦୟାରାମ ମେଘଓ୍ବାଲ୍‌ଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଗତ ନଭେମ୍ବର ୩୦ରେ ମେଘଓ୍ବାଲ୍‌ ବଳାତ୍କାର କରିବା ପରେ ଗିରଫ ହୋଇଥିଲେ। ତଦନ୍ତ ପରେ ଡିସେମ୍ବର ୭ରେ ପୋଲିସ ଏନେଇ ଚାର୍ଜଶିଟ୍‌ ଦାଖଲ କରିଥିଲା। ଦୈନନ୍ଦିନ ଶୁଣାଣି ପରେ ମଙ୍ଗଳବାର କୋର୍ଟ ମାମଲାର ରାୟ ଶୁଣାଇ ପୋକ୍ସୋ ଆଇନ ବଳରେ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ପୀଡ଼ିତାଙ୍କ ବୟାନ୍‌ ଓ ତଦନ୍ତର ତଥ୍ୟ ଯୋଗୁ ମାମଲାର ଶୀଘ୍ର ଶୁଣାଣି ସମ୍ଭବ ହୋଇଥିବା ଚୁରୁ ଏସ୍‌ପି ତେଜସ୍ବିନୀ ଗୌତମ ବୁଧବାର ପ୍ରକାଶ କରିଛନ୍ତି।

Share