Categories: ଖେଳ

ବଳାତ୍କାର ଅଭିଯୋଗକୁ ନେମାରଙ୍କ ଖଣ୍ଡନ

ରିଓ ଡି ଜେନିରୋ,୨ା୬- ବ୍ରାଜିଲ ପୋଲିସ ନିକଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଜଣେ ଅଜଣା ମହିଳା ଫୁଟ୍‌ବଲ ଷ୍ଟାର ନେମାରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗକୁ ନେମାର ଇନଷ୍ଟାଗ୍ରାମରେ ଏକ ୭ ମିନିଟ ଲମ୍ବା ଭିଡିଓ ଦ୍ୱାରା ଖଣ୍ଡନ କରିଛନ୍ତି। ଉକ୍ତ ଭିଡିଓରେ ନେମାର କିଛି ହ୍ବାଟସଆପ ମେସେଜ ଦେଖାଇଛନ୍ତି। ଏହା ତାଙ୍କଠାରୁ ଅର୍ଥ ହଡ଼ପ କରିବାର ପ୍ରୟାସ। ଗତ ୧୫ ତାରିଖରେ ପ୍ୟାରିସର ଏକ ହୋଟେଲରେ ନେମାର ମଦ୍ୟପାନ ଅବସ୍ଥାରେ ଅଜଣା ମହିଳାଙ୍କୁ ବଳାତ୍କାର କରିଥିଲେ। ମହିଳା ଜଣଙ୍କ ଶୁକ୍ରବାର ସାଓ ପାଓଲୋ ପୋଲିସରେ ରିପୋର୍ଟ ଲେଖାଇଛନ୍ତି। ପୀଡ଼ିତାଙ୍କ ବୟାନ ରେକର୍ଡ ହୋଇସାରିଛି। ହେଲେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇନାହିଁ। ଏ ସମ୍ପର୍କରେ ନେମାରଙ୍କ ବାପା ତଥା ମ୍ୟାନେଜର ନେମାର ଡା ସିଲଭା ସାଣ୍ଟୋସ କହିଛନ୍ତି, ଅଭିଯୋଗକାରୀ ମହିଳା ଓ ବ୍ରାଜିଲିଆନ ଷ୍ଟାରଙ୍କ ମଧ୍ୟରେ ସହମତି କ୍ରମେ ସମ୍ପର୍କ ସ୍ଥାପନ ହୋଇଥିଲା। ଉଭୟ ବିଚ୍ଛିନ୍ନ ହେବା ପରେ ମହିଳାଙ୍କ ଓକିଲ ବ୍ଲାକମେଲ କରିଥିଲେ। ଏହାର ଦେଖଣାହାରି, ଫଟୋ ଓ ପ୍ରମାଣ ରହିଛି।

Share