ବଳାତ୍କାର ଅଭିଯୋଗ:ନେପାଳ ବାଚସ୍ପତିଙ୍କ ଇସ୍ତଫା

କାଠମାଣ୍ଡୁ,୨ା୧୦(ପି.ଟି.): ଜଣେ ମହିଳା କର୍ମଚାରୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ନେପାଳ ପାର୍ଲାମେଣ୍ଟର ବାଚସ୍ପତି କ୍ରିଷ୍ଣ ବାହାଦୁର ମହାରା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଉପବାଚସ୍ପତି ଶିବମୟ ତୁମ୍ବହାମ୍ଫେଙ୍କୁ ପ୍ରଦାନ କରିଛନ୍ତି। ଅଭିଯୋଗର ସତ୍ୟତା ନାହିଁ ଓ ନିରପେକ୍ଷ ତଦନ୍ତ ଲାଗି ନିଜ ପଦରୁ ଇସ୍ତଫା ଦେଇଥିବା ମହାରା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ହମ୍‌ରୋ କୁରା ନିମ୍ନୀ ମହିଳା କର୍ମଚାରୀ ଅଭିଯୋଗ ଆଣି କହିଛନ୍ତି, ଗତ ୨୩ ତାରିଖରେ ସେ ଘରେ ଏକୁଟିଆ ଥିବାବେଳେ ମହାରା ଆସି ବଳାତ୍କାର କରିଥିଲେ। ଏଭଳି ଅଭିଯୋଗ ପରେ ନେପାଳ କମ୍ୟୁନିଷ୍ଟ ପାର୍ଟି ସେକ୍ରେଟାରିଏଟ୍‌ ବାଚସ୍ପତିଙ୍କ ଇସ୍ତଫା ଦାବି କରିଥିଲା।

Share