Categories: ଗଞ୍ଜାମ

ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ଫେରାର

ହିଞ୍ଜିଳିକାଟୁ,୨୧ା୪(ଡି.ଏନ୍‌.ଏ.):  ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ନେଇ ହିଞ୍ଜିଳି ଥାନାରେ ଶୁକ୍ରବାର ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାଶ ସୂଚନା ଦେଇଛନ୍ତି।

ଯେ, ହିଞ୍ଜିଳି ଥାନା ଅଞ୍ଚଳର ୨ଭଉଣୀ ଗୁରୁବାର ଅପରାହ୍ନ ପ୍ରାୟ ୪ଟାରେ ଲଙ୍କା ତୋଳିବା ପାଇଁ ଗଁା ପାଖ ବିଲକୁ ଯାଇଥିଲେ। ସେମାନଙ୍କୁ ଏକାକୀ ଦେଖି ରାସ୍ତା ଦେଇ ଯାଉଥିବା ପାଖ ଗ୍ରାମର ଜଣେ ଯୁବକ ବଡ଼ ଭଉଣୀଙ୍କୁ ଅଶ୍ଳୀଳ ବ୍ୟବହାର ସହ ବଳାତ୍କାର ଉଦ୍ୟମ କରିଥିଲେ। ସାନ ଭଉଣୀ ପାଟି କରିବାରୁ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଶୁକ୍ରବାର ପରିବାର ଲୋକେ ହିଞ୍ଜିଳି ଥାନାରେ ଏନେଇ ଅଭିଯୋଗ କରିବା ପରେ ନଂ.୯୯/୧୯ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ଅଭିଯୁକ୍ତ ଜଣକ ଫେରାର ହୋଇ ଯାଇଛନ୍ତି।