Categories: ଜାତୀୟ

ବଳାତ୍କାର ଉଦ୍ୟମ ପଡ଼ିଲା ମହଙ୍ଗା

ପ୍ରୟାଗରାଜ,୨୫।୬: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଦିନକୁ ଦିନ ବଳାତ୍କାର ମାମଲା ବଢ଼ିବାରେ ଲାଗିଛି। ଏହାରି ଭିତରେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଖିରି ଥାନା ଅନ୍ତର୍ଗତ ଲାଲତାରା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଗଁାଲୋକ ଜାଣିବା ପରେ ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ଦଣ୍ଡ ଦେଇଛନ୍ତି। ଅଭିଯୁକ୍ତଙ୍କୁ ବାନ୍ଧି ଅର୍ଦ୍ଧନଗ୍ନ ଅବସ୍ଥାରେ ମୁହଁରେ କଳା ବୋଳିବା ସହ ଜୋତାମାଳ ପିନ୍ଧାଇ ଗଁ।ରେ ବୁଲାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାରେ ହସ୍ତକ୍ଷେପ କରିବା ପରେ ବି ଗଁାଲୋକେ ତାଙ୍କ କଥାକୁ କେହି ଶୁଣି ନ ଥିଲେ। ଅଭିଯୁକ୍ତଙ୍କୁ ଗଁ।ସାରା ବୁଲାଇବା ପରେ ପୋଲିସ ଜିମା ଦେଇଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏଥିସହ ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ହସ୍ପିଟାଲକୁ ପଠାଇଛି। ମେଡିକାଲ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ଏସ୍‌ପି କହିଛନ୍ତି।

Share