Categories: ଜାତୀୟ

ବଳାତ୍କାର ପରେ ନାବାଳିକାଙ୍କୁ ଜାଳିଦେଲେ: ହସ୍ପିଟାଲରେ ମୃତ୍ୟୁ ସହ ଲଢ଼ୁଛନ୍ତି ପୀଡ଼ିତା

ହାଇଦ୍ରାବାଦ,୨୯ା୨: ତେଲଙ୍ଗାନାର ସୂର୍ଯ୍ୟପେଟ ଜିଲାରେ ଜଣେ ନାବାଳିକା(୧୭)ଙ୍କୁ ବଳାତ୍କାର କରାଯିବା ପରେ ନିଆଁରେ ପୋଡ଼ି ଦିଆଯାଇଛି। ପୀଡ଼ିତା ଏବେ ଗୁରୁତର ଅବସ୍ଥାରେ ଓ୍ବାରାଙ୍ଗଲ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଶରୀରର ୫୦ ଭାଗରୁ ଊର୍ଦ୍ଧ୍ୱ ଅଂଶ ପୋଡ଼ିଯାଇଛି। ଏଭଳି କାଣ୍ଡ କରି ଅଭିଯୁକ୍ତ ଜଣକ(୨୧) ଫେରାର୍‌ ହୋଇଯାଇଥିବା ପୋଲିସ କହିଛି। ଘରେ ଏକୁଟିଆ ଥିବାବେଳେ ଯୁବକ ଜଣକ ତାଙ୍କୁ ବଳପୂର୍ବକ ଟେକିନେଇ ଏକ ନିର୍ଜନ ବୁଦାମୂଳେ ବଳାତ୍କାର କରିଥିଲୋ। ପରେ ଯୁବକ ଜଣକ ତାଙ୍କୁ ନିଆଁଲଗାଇ ପୋଡ଼ି ଦେଇଥିଲେ। ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେବା ସହ ପୀଡ଼ିତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏନେଇ ନାବାଳିକାଙ୍କ ବାପା ଥାନାରେ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆଇନ ସହ ଆଇପିସିର ବିଭିନ୍ନ ଦଫା ଲଗାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ପୋଲିସ ଛାନ୍‌ଭିନ୍‌ ଜାରି ରହିଛି।

Share