Categories: ଜାତୀୟ

ବଳାତ୍କାର ପୀଡ଼ିତା ନାବାଳିକାଙ୍କ ସହାୟତା କରନ୍ତୁ କେନ୍ଦ୍ର ସରକାର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାର ବଳାତ୍କାର ପୀଡ଼ିତା ନାବାଳିକାଙ୍କ ସହାୟତା କରନ୍ତୁ ବୋଲି ସୁପ୍ରିମ୍‌କୋର୍ଟ ଗୁରୁବାର କହିଛନ୍ତି। ବାଳ ଯୌନ ଶୋଷଣ ମାମଲାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏଭଳି ମାମଲାର ଶୁଣାଣି ତଥା ବିଚାର ଶୀଘ୍ର କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହା ସହିତ ରାଜ୍ୟରେ କାହିଁକି ଶିଶୁଙ୍କୁ ଯୌନ ଶୋଷଣରୁ ସୁରକ୍ଷା ଦେଉଥିବା ଆଇନର ପ୍ରଣୟନ କରାଯାଇ ନାହିଁ ସେ ନେଇ ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମ୍‌କୋର୍ଟ ତାଗିଦ୍‌ କରିଛନ୍ତି। ସେହିପରି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ମଧ୍ୟ ତାଗିଦ୍‌ କରି କହିଛନ୍ତି ଯେ, ଏହି ମାମଲାରେ କାହିଁକି ସୋଲିସିଟର ଜେନେରାଲ କୋର୍ଟରେ ଉପସ୍ଥିତ ହୋଇ ନାହାନ୍ତି। ଏଭଳି ମାମଲାକୁ ଗୁରୁତର ଭାବେ ବିଚାର କରାଯିବାର ଆବଶ୍ୟକତା ଥିବା କୋର୍ଟ ସୂଚିତ କରିଛନ୍ତି।

Share