Categories: ଜାତୀୟ

ବଳାତ୍କାର, ପୋକ୍ସୋ ମାମଲା ତଦନ୍ତ ୨ ମାସରେ ସାର

ପାଟନା,୯ା୧୨(ପି.ଟି.): ବଳାତ୍କାର ମାମଲା ଏବଂ ପୋକ୍ସୋ ଆଇନରେ ରୁଜୁ ହୋଇଥିବା ମାମଲାଗୁଡ଼ିକର ତଦନ୍ତ ୨ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବା ଆବଶ୍ୟକ। ଏଥିପାଇଁ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ ପତ୍ର ଲେଖି ଅନୁରୋଧ କରିବେ ବୋଲି ରବିବାର କହିଛନ୍ତି। ଏହି ମାମଲାଗୁଡ଼ିକର ବିଚାର ୬ ମାସ ମଧ୍ୟରେ ଶେଷହେବା ଉଚିତ ବୋଲି ସେ ମତ ଦେଇଛନ୍ତି। ବଳାତ୍କାର ଓ ମହିଳାଙ୍କ ପ୍ରତି ଅପରାଧ ଦୁର୍ଭାଗ୍ୟଜନକ ଓ ଅତ୍ୟନ୍ତ ନିନ୍ଦନୀୟ। ତେଣୁ ଏଭଳି ମାମଲାଗୁଡିକୁ ଫାଷ୍ଟଟ୍ରାକ୍‌ କୋର୍ଟରେ ଶୀଘ୍ର ବିଚାର କରିବାକୁ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କୁ ପତ୍ର ଲେଖିବେ ବୋଲି ପ୍ରସାଦ କହିଛନ୍ତି।

Share