ବଳାତ୍କାର ମାମଲାରେ ଦୋଷୀଙ୍କୁ ୧୦ବର୍ଷ ଜେଲ୍‌

ବାଲେଶ୍ୱର, ୩୧ା୮-ଏକ ବଳାତ୍କାର ମାମଲାର ବିଚାର କରି ଶୁକ୍ରବାର ବାଲେଶ୍ୱର ତୃତୀୟ ଅତିରିକ୍ତ ଜିଲା ଦୌରାଜଜ୍‌ ସୋନାଲି ପଟ୍ଟନାୟକ ଶୁକ୍ରବାର ଦୋଷୀଙ୍କୁ ୧୦ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହାସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦିଆଯାଇଛି। ଜରିମାନା ଅନାଦେୟ ଆଉ ୧ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।
ଜଳେଶ୍ୱର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ କଲ୍ୟାଣପୁର ଗ୍ରାମର ଖୁଦିଆ ଟୁଡୁ ବଳାକତ୍ାର କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଏନେଇ ମାମଲା (ନଂ.୧୯୮/୧୮) ରୁଜୁ କରାଯାଇଥିଲା। ଉକ୍ତ ମାମଲା ଏସ୍‌ଟି ନଂ. ୨୨/୧୯୧/୧୯ ତୃତୀୟ ଅତିରିକ୍ତ ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ବିଚାରାଧୀନ ଥିଲା। ବିଚାରପତି ପଟ୍ଟନାୟକ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ପ୍ରହଲ୍ଲାଦ ପତି ମକଦ୍ଦମା ପରିଚାଳନା କରୁଥିଲେ।

Share