Categories: ଜାତୀୟ

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ନିଜ ଗଳା କାଟିଲେ ଅଭିଯୁକ୍ତ

ଛତରପୁର,୧୮।୯: ମଧ୍ୟ ପ୍ରଦେଶର ଛତରପୁର ଜିଲା ଅଦାଲତରେ ଜଣେ ଅଭିଯୁକ୍ତ ଗଳା କାଟି ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର ଜଣେ ୩୨ ବର୍ଷ ବୟସ୍କ ଯୁବକଙ୍କୁ ଏକ ବଳାତ୍କାର ମାମଲାରେ ଜିଲା ଅଦାଲତ ୧୦ ବର୍ଷର କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିଲେ। ଏହା ଶୁଣିବା ପରେ ଯୁବକ ଜଣଙ୍କ ତୁରନ୍ତ ଅଦାଲତରେ ଏକ ଛୁରୀ ସାହାଯ୍ୟରେ ନିଜର ଗଳା କାଟି ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ୨୦୧୫ରେ ଉକ୍ତ ଯୁବକଙ୍କ ବିରୋଧରେ ଏକ ବଳାତ୍କାର ମାମାଲା ରୁଜୁ କରାଯାଇଥିଲା। ଏହାପରେ ସେ ଜାମିନ ପାଇଯାଇଥିଲେ। ଏବେ ତାଙ୍କ ମାମଲାର ବିଚାର ହୋଇ ଦଣ୍ଡ ମିଳିଥିବା ବେଳେ ସେ ଅଦାଲତ ମଧ୍ୟରେ ଗଳା କାଟିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।

Share