Categories: ଜାତୀୟ

ବଳାତ୍କାର ମାମଲାରେ ଫସିଲେ ଆଉ ଜଣେ ଭାଜପା ବିଧାୟକ

ଲକ୍ଷ୍ନୌ,୧୯।୨: ଉତ୍ତରପ୍ରଦେଶରେ କ୍ଷମତାସିନ ଭାଜପାକୁ ପୁଣି ଆଉ ଏକ ଝଟ୍‌କା ଲାଗିଛି। ପୂର୍ବରୁ ଉନ୍ନାଓ ଗଣବଳାତ୍କାର ମାମଲାରେ ଭାଜପା ବିଧାୟକ କୁଲଦୀପ ସିଂହ ସେଙ୍ଗାର ଛନ୍ଦି ହୋଇଥିବା ବେଳେ ଏବେ ପୁଣି ଆଉ ଏକ ମାମଲା ଆସିଛି। ଭଦୋହି ଜିଲାର ଜ୍ଞାନପୁରରୁ ଭାଜପା ବିଧାୟକ ରବିନ୍ଦ୍ରନାଥ ତ୍ରିପାଠୀଙ୍କ ବିରୋଧରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ବୁଧବାର କୋତଓ୍ବାଲି ଥାନାରେ ବିଧାୟକଙ୍କ ସମେତ ୬ଜଣଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ଏଥିସହ ବିଧାୟକଙ୍କ ପୁଅ ଓ ପୁତୁରାଙ୍କ ଉପରେ ମଧ୍ୟ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏଥିସହ ତାଙ୍କ ବିରୋଧରେ ଏତଲା ମଧ୍ୟ ରୁଜୁ କରାଯାଇଛି। ଏହାପରେ ପୋଲିସ ଉକ୍ତ ମାମଲାର ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ ୨୦୧୭ରେ ବିଧାନସଭା ନିର୍ବାଚନ ସମୟରେ ବିଧାୟକ ଉକ୍ତ ମହିଳାଙ୍କୁ ଭହୋହିର ଏକ ହୋଟେଲରେ ବଳାତ୍କାର କରିଥିଲେ। ଏହାପରେ ତାଙ୍କ ପୁତୁରା ଓ ପୁଅ ମଧ୍ୟ ତାଙ୍କୁ ବଳାତ୍କାର କରିଥିଲେ ବୋଲି ପୀଡ଼ିତା ଜଣଙ୍କ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

Share