Categories: ଜାତୀୟ

ବଳାତ୍କାର ମାମଲାର ଶୁଣାଣି ପାଇଁ ଉତ୍ତର ପ୍ରଦେଶରେ ଗଠନ ହେବ ୨୧୮ ଫାଷ୍ଟଟ୍ରାକ୍‌ କୋର୍ଟ

ଲକ୍ଷ୍ନୌ,୯।୧୨: ହାଇଦ୍ରାବାଦ ଗଣବଳାତ୍କାର ଓ ହତ୍ୟା ପରେ ପରେ ଉନ୍ନାଓ ଗଣବଳାତ୍କାର ମାମଲାକୁ ନେଇ ଏବେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର କଡା ପଦକ୍ଷେପ ନେଇଛନ୍ତି। ଦେଶ ତଥା ରାଜ୍ୟରେ ଏବେ ଏଭଳି ମାମଲା ବଢିବାରେ ଲାଗିଛି। ତେବେ ଉତ୍ତର ପ୍ରଦେଶରେ ବଳାତ୍କାର ମାମଲାର ଶୁଣାଣି ପାଇଁ ୨୧୮ଟି ଫାଷ୍ଟଟ୍ରାକ୍‌ କୋର୍ଟ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଦେଶ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ସୂଚନା ରହିଛି।

Share