ବଳାତ୍କାର ମାମଲା: ଅଭିଯୁକ୍ତ ବଳଙ୍ଗା ଥାନା ଏଏସ୍‌ଆଇ ଗିରଫ

ପୁରୀ ଅଫିସ, ୩ା୧: ପୁରୀ ଜିଲା ବଳଙ୍ଗା ଥାନାର ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶଙ୍କ ନାମରେ ଜଣେ ବିବାହିତା ମହିଳା ଗୁରୁବାର ବଳାତ୍କାର ଅଭିଯୋଗ ଆଣିଥିଲେ। ଏ ନେଇ ସେ ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏ ସଂକ୍ରାନ୍ତରେ ବଳଙ୍ଗା ଥାନାରେ ଆଇପିସି ଦଫା ୩୭୬, ୩୪୨, ୫୦୬ରେ କେସ୍‌ ନମ୍ବର ୦୨/୨୦୨୦ରେ ଏକ ମାମଲା ରୁଜୁ କରିଥିଲା। ଶୁକ୍ରବାର ଅଭିଯୁକ୍ତ ଏଏସ୍‌ଆଇ ଚିତ୍ତରଞ୍ଜନଙ୍କୁ ଗିରଫ କରାଯାଇଛି। ଏସ୍‌ପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶ କ୍ରମେ ମାମଲାର ତଦନ୍ତ ଜାରି ରହିଥିବାବେଳେ ଗୁରୁବାର ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ସହ ଅଭିଯୁକ୍ତ ଏଏସ୍‌ଆଇ ଦାସଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା ବୋଲି ଅତିରିକ୍ତ ଏସ୍‌ପି ଅରୁଣ କୁମାର ଜେନା କହିଛନ୍ତି।

Share