Advertisement
Categories: ଖେଳ

ବଳାତ୍କାର ମାମଲା: ନେମାରଙ୍କୁ ପୋଲିସର ପଚରାଉଚରା

ସାଓ ପାଉଲ,୧୪।୬(ଏଏଫ୍‌ପି): ବଳାତ୍କାର ମାମଲାରେ ବ୍ରାଜିଲିଆନ ପୋଲିସ ଷ୍ଟାର ଫୁଟ୍‌ବଲର ଜୁନିୟର ନେମାରଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଛି। ଗତ ମାସରେ ପ୍ୟାରିସର ଏକ ହୋଟେଲରେ ସେ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। କିନ୍ତୁ ନେମାର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହି ମାମଲାର ସତ୍ୟାସତ୍ୟ ପରବର୍ତ୍ତୀ ସମୟରେ ଜଣାପଡ଼ିବ। ବିଶ୍ୱର ସବୁଠୁ ଦାମୀ ଫୁଟ୍‌ବଲ ଖେଳାଳିଙ୍କ ଡାହାଣ ଗୋଇଠିରେ ଆଘାତ ଲାଗିବା କାରଣରୁ କୋପା ଆମେରିକା କପ୍‌ରୁ ବାଦ୍‌ ପଡ଼ିଛନ୍ତି। ୨୭ ବର୍ଷୀୟ ଖେଳାଳି ପୋଲିସ ଷ୍ଟେଶନରେ ଦିନ ୪ଟା ପୂର୍ବରୁ ପହଞ୍ଚତ୍ଥିଲେ। ରାତି ପ୍ରାୟ ୯ଟା ବେଳକୁ ପୋଲିସ ପଚରାଉଚରା କରି ଛାଡ଼ିଥିଲା। ବ୍ରାଜିଲିଆନ ପୋଲିସ ନେମାରଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିଥିବା ମହିଳାଙ୍କ ବିରୋଧରେ ମାନହାନି ମକଦ୍ଦମା ମଧ୍ୟ ଦାୟର କରିଛି। ପୂର୍ବରୁ ପ୍ୟାରିସ ସେଣ୍ଟ ଜର୍ମେନ ପାଇଁ ଖେଳୁଥିବା ନେମାର ପୋଲିସକୁ ଇନ୍‌ଷ୍ଟାଗ୍ରାମ ଜରିଆରେ ଉକ୍ତ ମହିଳାଙ୍କ ସହ ଓ୍ବାଟ୍ସଆପ ମେସେଜ ଓ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ମଧ୍ୟ ଶେୟାର କରିଥିଲେ। ଉଲ୍ଲେଖଥାଉ କି, ଏହି ମାମଲା ଉପରେ ଗତ ସପ୍ତାହରେ ବ୍ରାଜିଲରେ ୨,୦୭୧ ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ଯେଉଁଥିରେ ୬୦ ପ୍ରତିଶତ ବ୍ରାଜିଲିଆନ ବିଶ୍ୱାସ କରୁଛନ୍ତି ଯେ, ନେମାର ନିର୍ଦ୍ଦୋଷ। କେବଳ ୧୪ ପ୍ରତିଶତ ଲୋକଙ୍କ ମତରେ ସେ ଦୋଷୀ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel