କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର, ୧୬।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ଯୋଗାଣ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। କଳାବଜାର ରୋକିବା ପାଇଁ ବିଭାଗ କଡ଼ା ପଦକ୍ଷେପ ନେଇଛି। ଖାଦ୍ୟ ସାମଗ୍ରୀ, ମାସ୍କ ଓ ସାନିଟାଇଜର ବେଆଇନ ଭାବେ ମହଜୁଦ ରଖିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୋମବାର ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି। ଏ ନେଇ ଜିଲାପାଳ, ସିଏସ୍‌ଓଙ୍କୁ ଅବଗତ କରାଯାଇଛି।

Share