ବସନ୍ତପୁର ପ୍ରାଥମିକ ବିଦ୍ୟାଳୟ: ଶିକ୍ଷକ ନ ଥିବାରୁ ତାଲା ପକାଇଲେ ଗ୍ରାମବାସୀ

ପୁରୁଣା ଭୁବନେଶ୍ୱର,୧୧।୮(ଡି.ଏନ.ଏ.): ଭୁବନେଶ୍ୱର ଉପକଣ୍ଠ ବସନ୍ତପୁର ଶାସନର ଗ୍ରାମବାସୀ ବସନ୍ତପୁର ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ପାଠ ପଢାଇବାକୁ ଶିକ୍ଷକଙ୍କ ସଂଖ୍ୟା କମ୍‌ ଥିବାରୁ ଶନିବାର ତାଲା ପକାଇଥିଲେ। ୧୯୧୨ମସିହାରେ ସ୍ଥାପିତ ଏହି ବିଦ୍ୟାଳୟଟି ନାନା ସମସ୍ୟା ଦେଇ ଗତି କରୁଛି। ଦୀର୍ଘ ୬ ମାସ ହେଲାଣି ୫ଟି ଶ୍ରେଣୀରେ ପଢୁଥିବା ୬୨ ପିଲାଙ୍କୁ ମୋଟ ଦୁଇଜଣ ଶିକ୍ଷକ ପଢାଇ ଆସୁଛନ୍ତି। ଏହାକୁ ତୀବ୍ର ବିରୋଧ କରି ଗ୍ରାମବାସୀ ତାଲା ପକାଇବା ସହ ସିଆରସିସିଙ୍କୁ ଘେରିଥିଲେ। ତୁରନ୍ତ ପ୍ରଧାନଶିକ୍ଷକ ନିଯୁକ୍ତି ଏବଂ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରାଯିବା ନେଇ ଗ୍ରାମବାସୀ ସିଆରସିସିଙ୍କ ପାଖରେ ଅଡି ବସିଥିଲେ। ସୂଚନାଥାଉ କି ରାଜଧାନୀ ଉପକଣ୍ଠ ଏବଂ ଅନେକ ଶିକ୍ଷା ଜିଲାରେ ଶିକ୍ଷୟିତ୍ରୀଶିକ୍ଷକମାନେ ଉପଯୁକ୍ତ ଶିକ୍ଷାଦାନ ନ କରି ବିଦ୍ୟାଳୟକୁ ବିଳମ୍ବରେ ଆସିବା ସହ ମନମୁଖୀ କ୍ଲାସ କରିବା ସହ ଅଧିକ ସମୟ ମଧ୍ୟାହ୍ନଭୋଜନରେ ଦେବା ଦ୍ୱାରା ପିଲାମାନେ ପାଠ ପଢାରୁ ବଞ୍ଚତ୍ତ ହେଉଛନ୍ତି। ଏଥିପ୍ରତି ଶିକ୍ଷୟିତ୍ରୀଶିକ୍ଷକ ଯତ୍ନଶୀଳ ହେବାକୁ ଦାବି କରାଯାଇଛି।

Share