Categories: ଖେଳ

ବସନ୍ତ ରାୟଜୀଙ୍କୁ ପୂରିଲା ଶହେ ବର୍ଷ: ସଚିନ-ଷ୍ଟିଭ୍‌ ଓ୍ବଗ୍‌ କାଟିଲେ କେକ୍‌

ନୂଆଦିଲ୍ଲୀ,୨୬।୧: ବରିଷ୍ଠ କ୍ରିକେଟର ବସନ୍ତ ରାୟଜୀଙ୍କୁ ରବିବାର ଶହେ ବର୍ଷ ପୂରିଛି। ଏହି ଅବସରରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଏବଂ ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିଭ୍‌ ଓ୍ବଗ୍‌ ବସନ୍ତଙ୍କ ସହିତ ମିଶି କେକ୍‌ କାଟୁଥିବାରୁ ଏକ ଭିଡ଼ିଓ ଟୁଇଟରରେ ଶେୟାର କରିଛନ୍ତି। ଏହି ଏକ ମିନିଟ୍‌ ୨୦ ସେକେଣ୍ଡର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହା ସହିତ ସଚିନ୍‌ ବସନ୍ତଙ୍କୁ ଜନ୍ମ ଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ବସନ୍ତ ରାୟଜୀ ୧୯୨୦ ଜାନୁୟାରୀ ୨୬ରେ ଜନ୍ମଗ୍ରହଣ କରିଥିଲେ। ୪୦ ଦଶକରେ କ୍ରିକେଟ ଖେଳି ୯ଟି ମ୍ୟାଚ୍‌ରେ ସେ ୨୭୭ ରନ୍‌ ସଂଗ୍ରହ କରିଥିଲେ। ସେ ଲାଲା ଅମରନାଥ, ବିଜୟ ମର୍ଚ୍ଚାଣ୍ଟ୍‌, ସି.କେ.ନାଇଡୁ, ବିଜୟ ହଜାରେ ଆଦି ଖେଳାଳିଙ୍କ ସହିତ ଖେଳିଛନ୍ତି।

Share