ସୌରମଣ୍ଡଳରେ ଥିବା ଗ୍ରହଗୁଡ଼ିକ ମଧ୍ୟରେ କେବଳ ପୃଥିବୀରେ ହିଁ ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ରହିଛି। ତେବେ ବସବାସ କେଉଁ ଗ୍ରହରେ ପ୍ରଥମେ ସମ୍ଭବ ହୋଇଥିଲା, ତାକୁ ଜାଣିବା ପାଇଁ ଏବେ ତର୍ଜମା ଚାଲିଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ର ମହାକାଶବିଜ୍ଞାନୀ ମତ ରଖନ୍ତି, ପୃଥିବୀରେ ମଣିଷ ବସବାସ କରିବାର ବହୁ ବର୍ଷ ପୂର୍ବରୁ ମଙ୍ଗଳ ଗ୍ରହରେ ଏପରି ପରିବେଶ ଦେଖିବାକୁ ମିଳିଥିଲା। ‘ନାସା’ ପକ୍ଷରୁ ନିକଟରେ ଏ ସମ୍ପର୍କରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ତଥ୍ୟ ଅନୁସାରେ ପୃଥିବୀରେ ବସବାସ ପୂର୍ବରୁ ମଙ୍ଗଳ ଗ୍ରହରେ ବସବାସ ସମ୍ଭବ ହୋଇଥିଲା। ଏହି ଧାରା ୪.୫ ବିଲିଅନରୁ ୩.୫ ବିଲିଅନ ବର୍ଷ ପୂର୍ବରୁ ହୋଇଥିଲା ବୋଲି ସୂଚନା ଦିଆଯାଇଛି। ଉକ୍ତ