Categories: ଜାତୀୟ

ବସିର୍‌ହାଟ ହିଂସା: ଭାଜପା ପାଳନ କଲା କଳା ଦିବସ

କୋଲକତା, ୧୦।୬: ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲା ବସିରହାଟ୍‌ର ସନ୍ଦେଶଖାଲିସ୍ଥିତ ନଜତ୍‌ ଅଞ୍ଚଳରେ ଦଳୀୟ ପତାକାକୁ କେନ୍ଦ୍ର କରି ଭାଜପା କର୍ମୀଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏଠାରେ ସୋମବାର କଳାଦିବସ ପାଳନ କରାଯାଇଛି। ରାଜ୍ୟରେ କଶ୍ମୀର ଭଳି ସ୍ଥିତି ସୃଷ୍ଟି ହୋଇଥିବା ଭାଜପା ଅଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି। ଅପରାଧୀମାନେ ଆଇନକୁ ଖାତିର ନ କରି ଏଭଳି କରୁଥିବା ସେ ଅଭିଯୋଗ କରିଛନ୍ତି। ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ରହିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଅବଗତ କରାଇଛନ୍ତି।

Share