ବସିଲା କୁଲାଡ଼ ହାଟ: ଗହଳି ନ କରି ଶାନ୍ତିଶୃଙ୍ଖଳାରେ ପରିବା କିଣିଲେ ଲୋକେ

ବଅଁରପାଳ,୨୯।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲାର ବଅଁରପାଳ ବ୍ଲକ କୁଲାଡ ଏଫ୍‌ସିଆଇ ଛକଠାରେ ରବିବାର କୁଲାଡ଼ ହାଟ ବସିଛି। ଲକ୍‌ଡାଉନ୍‌ ଲାଗି ଅନୁଗୋଳ ହାଟ ବନ୍ଦ ହୋଇଥିବା ବେଳେ କୁଲାଡ଼ ହାଟକୁ ବହୁ ଚାଷୀ ଆସି ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିଛନ୍ତି। ଲୋକେ ଗହଳି ନ କରି ଶାନ୍ତିଶୃଙ୍ଖଳାରେ ପରିବା କିଣୁଥିବା ଦେଖିବାକୁ ମିଳିଛି।