ବସୁନ୍ଧରା, ଆବାସ ଯୋଜନାରୁ ବଁଚିତ୍‌ ମୋହନ

ଅତାବିରା, ୪।୩ (ଡି.ଏନ୍‌.ଏ.)-କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗରିବ୍‌ ଦୁଖିକର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ସରକାରୀ ଯୋଜନା ଭଁଡ଼ାରରେ ଛୁଆ ଜନମ୍‌ ହେଲାନୁ ମଲା ଲୁକ୍‌କର ଶୁଧି କାଯ୍‌ ତକ ସାହାଯ୍‌ ଦେବାର ବେବସ୍‌ତା ରହିଛେ। ହେଲେ ଆଏଜ୍‌ ବି ଆମର ରାଏଜେ ନିହାତି ଗରିବ୍‌ ଲୋକ୍‌ ପେଟ୍‌ ପାଟନାର ଲାଗି ନାନା ଦୁଖ୍‌ ଭୁଗୁଛନ୍‌। କିଏ ପେଟ୍‌ପାଟନା ଲାଗି ଦାଦନ ଯାଉଛେ ତ ଆର କିଏ ଜନମ୍‌ ମାଏଟ୍‌କେ ପର କରି ଉନିଆନେ ଯାଇ ରହୁଛେ। ସେନ୍‌ତା ଆରକେତେ ଗରିବ୍‌ ଦୁଖି ଜାଗାବାଡ଼ି ଅଭାବୁ କିଏ ବଁଧ୍‌ ଖଁଡ଼ିଥି ତ ଆର କିଏ କେନ୍‌ ନାଲ୍‌ ତରେ ସରକାରୀ ଜାଗାଥି କୁରିଆଟେ କରି ମୁଡ଼ ଗୁଁଜୁଛନ୍‌। ଏନ୍‌ତା ଝନେ ଦୁଖି ଲୋକ୍‌ ସଂଗେ ଭେଟ୍‌ ହେଇଥିଲା ବୁର୍ଲା ବଡ଼ ଡାକ୍‌ତରଖାନା ଯକ୍ଷ୍ମା ଓ୍ବାର୍ଡ ସାମନାଥି।
ସୂଚନା ଅନ୍‌ସାରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂସାରିପାଲି ଗଁାର ମୂଲ ବାସିନ୍‌ଦା ମୋହନ ମେହେର(୩୫)। ପରିବାର କହେଲେ ମାଏକିନା ପଦ୍ମାବତୀ, ୪ ଝି’ ଶ୍ରୁତୀ, ପ୍ରତି, ଇତି ଆର ଶ୍ରଦ୍ଧାକୁଁ ନେଇ ତାକର ସଁସାର। ମୋହନ ଝନେ ନିହାତି ଗରିବ୍‌ ଲୋକ୍‌। ଆଏଜ୍‌କେ ୫୦ ବଛର ତଲେ ପେଟ୍‌ପାଟନାର ଲାଗି ମୋହନକଁର ବାପା ଜନମ୍‌ ମାଏଟ୍‌ ଛାଡ଼ି କୁଟୁମବସିଆ ବୁର୍ଲାକେ ପଲେଇ ଆସିଥିଲେ। ସେ କୁଲିମଜୁରି କରି ନିଜର କୁଟୁମ ପୁଷୁଥିଲେ। ମହୋନ ବଡ଼ ହେଲା ଉତାରୁ ବିହାଚୁରା ହେଇ ଘର ସଁସାର କରିଛନ୍‌। ସେ ବୁର୍ଲା ଏନ୍‌ଏସିର ଗୌରପାଲି ମନ୍ଦିର ପଡ଼ାରେ ଗୁଟେ ସରକାରୀ ଜାଗାରେ କୁରିଆଟେ କରି କୁଟୁମବସିଆ ମୁଡ଼ ଗୁଁଜିଛନ୍‌। ପରିବାରଟା ସରକାରୀ ଯୋଜନାରେ ମାସିକ ୨୦ କେ.ଜି. ଚାଉଲ ଆର ୨ ଲିଟର କିରାସିନ ପାଉଛନ୍‌। ହେଲେ ରୟତି ଜାଗାବାଡ଼ି ଅଭାବୁ ସରକାରୀ ଯୋଜନାରେ ଘରଖଁଡ଼େ ପାଇ ନାଇଁପାରବାର ବଲି ସେ କହିଥିଲେ। ମୋହନ ଫିଦିନ ସଖାଲୁ ଭିମସାରର ଯକ୍ଷ୍ମା ଓ୍ବାର୍ଡ ଆଘେ ଗୁଟେ ଠେଲା ଲଗଉଛନ୍‌। ସେ ଠେଲାରେ ମୁଢ଼ି ମିକ୍ସଚର, ପାଉଁରୁଟି, ବିସ୍କୁଟ, ଇଡ୍‌ଲି, ଚା’ ବିକୁଛନ୍‌। ମୋହନ୍‌ ଓ୍ବାର୍ଡ ଆଘେ ପୁହୁଁଚି ପଡ଼ଲେ ରୁଗୀମାନକର ଲାଗେଲେସରମାନେ ଗଦ୍‌ଗଦ୍‌ ମନେ ତାକରନୁ ଜିନିଷ ନେବାର ଲାଗି ଲମ୍‌ବା ଧାଡ଼ିରେ ଠିଆ ହେଉଛନ୍‌। ଇ ଯକ୍ଷ୍ମା ଓ୍ବାର୍ଡ ଆସେପାସେ କେହେନ୍‌ସି ଦୁକାନ ବଜାର ନଁାଇଁନ। ଯେନ୍‌ଦିନ ମୋହନ୍‌ କେହେନ୍‌ସି କାରନ୍‌ରୁ ନାଇଁ ଆସି ପାରବାର ରୁଗୀମାନକର ଲାଗେଲେସରମାନେ ବହୁତ୍‌ ହଇରାନ ହରକତ ହେଉଛନ୍‌। ମୋହନ ଫିଦିନ ଯାହା ରୁଜଗାର କରୁଛନ୍‌ ସେଥ୍‌ରେ ତାକର ପରିବାର ଚଲବାର ସଂଗେ ଝି’ମାନକର ପାଠ୍‌ପଢ଼ା ଖରଚ୍‌ ତୁଲଉଥିବାର କହିଛନ୍‌। ହେଲେ ଅଭାବ ଅନାଟନ ସବୁବେଲେ ଲାଗି ରହୁଛେ, ହେଥିର ଲାଗି ଜାଗାବାଡ଼ି କି ଘରଦୁଆର ତିଆରି ନାଇଁପାରବାର। ସରକାରୀ ଯୋଜନାରେ ଡିହ ଖଁଡ଼େ ଆର ଘରଟେ ପାଏଲେ ମୋର ଦୁଖ୍‌ ଯାଏତା ବଲି ମୋହନ୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri