ବସୁନ୍ଧରା ଯୋଜନାରେ ଆନନ୍ଦପୁର ବ୍ଲକର ୫୫ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ

ଆନନ୍ଦପୁର,୯।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ମଙ୍ଗଳବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ତପନ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଭାଗୀରଥି ସେଠୀ, ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁ ଅତିଥିଭାବେ ଯୋଗଦେଇ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି। ଏହି ଅବସରରେ ୫୫ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଛି। ପ୍ରତ୍ୟେକଙ୍କୁ ୪ ଡିସିମିଲ୍‌ ଲେଖାଏ ପଟ୍ଟା ଯୋଗାଇ ଦିଆଯାଇଛି । ୫ ଟି ଆରଆଇ ସର୍କଲ କନ୍ତୋ, କୋଡପଡା, ଆନନ୍ଦପୁର, କଣ୍ଟିପାଳ ଏବଂ ଗୟଳମୁଣ୍ଡାର ଭୂମିହୀନଙ୍କୁ ଏହି ପଟ୍ଟା ପ୍ରଦାନ କରାଯାଇଥିବା ଜଣାପଡିଛି।