Categories: Uncategorized

ବସୁମତୀ ସ୍ନାନ ସହ ଶେଷ ହେଲା ରଜ

ଓଡ଼ିଶାର ଗଣପର୍ବ ରଜ। ଏହାର ଅନ୍ତିମ ଦିବସକୁ ବସୁମତୀ ସ୍ନାନ ବୋଲି କୁହାଯାଏ। ଏହାକୁ ଧରାସ୍ନାନ, ମହାଲକ୍ଷ୍ମୀ ଗାଧୁଆ, ଶୁଦ୍ଧ ସ୍ନାନ ବୋଲି ମଧ୍ୟ କୁହାଯାଏ। ଓଡ଼ିଆ ପରମ୍ପରାରେ ଏହି ଦିନ ମା’ ଧରିତ୍ରୀ ତଥା ବସୁଧାମାତାଙ୍କ ପୂଜା କରିବାର ବିଧି ରହିଛି।

ଏହି ଦିନ ପ୍ରାତଃ କାଳରେ ସ୍ନାନ ପର୍ବ କରାଯାଇଥାଏ। ପିଢ଼ା ଉପରେ ଶିଳପୁଆ ଥୋଇ କଜଳପାତି, ଲଙ୍ଗଳ ଲୁହା, କପାତୁଳା ଆଦି ରଖି ଗୃହିଣୀମାନେ ପୂଜାର୍ଚ୍ଚନା କରିଥାନ୍ତି। ଏହି ଅବସରରେ ହଳଦୀପାଣିରେ ବସୁମାତାଙ୍କୁ ଗାଧୋଇ ଦିଆଯାଏ। ଚନ୍ଦନ, ସିନ୍ଦୁର ସହ ଫଳ ଭୋଗ କରାଯିବାର ବିଧି ମଧ୍ୟ ରହିଛି।

ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥାନ୍ତି। ବସୁମାତା ରଜସ୍ବଳା ହୋଇ ଶୁଦ୍ଧ ସ୍ନାନ କରିବା ପରେ ସୃଜନ କ୍ଷମତାଶୀଳା ବା ଶସ୍ୟ ବୀଜ ଧାରଣକାରିଣୀ ହୋଇପାରନ୍ତି।