ବସ୍ତାନି ବୋଝ ଯାଞ୍ଚ: ରାଜଧାନୀର ୨ ସ୍କୁଲରେ ପହଞ୍ଚିଲେ ସ୍ବତନ୍ତ୍ର ସ୍କ୍ବାଡ୍‌

ଭୁବନେଶ୍ୱର, ୧୧।୯(ବ୍ୟୁରୋ): ସ୍କୁଲ ପିଲାଙ୍କ ବ୍ୟାଗ ବୋଝ ନେଇ ଆରମ୍ଭ ହୋଇଛି ତତ୍ପରତା। ଏ ନେଇ ବୁଧବାର ରାଜଧାନୀରେ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ପହଞ୍ଚି ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ପରଖୁଥିବା ଜଣାପଡ଼ିଛି। ବ୍ୟାଗ ଓଜନ କମ୍‌ କରିବା ଦିଗରେ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ୨ଟି ଘରୋଇ ବିଦ୍ୟାଳୟରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚି ପିଲାଙ୍କ ସ୍କୁଲ ବ୍ୟାଗ ଓଜନ ପରଖୁଥିବା ସୂଚନା ମିଳିଛି। ପିଲାଙ୍କ ବ୍ୟାଗ ଯାଞ୍ଚ ପାଇଁ ମଙ୍ଗଳବାର ଖୋର୍ଦ୍ଧା ଜିଲାପାଳ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରିଥିଲେ। ସ୍କୁଲରେ ବସ୍ତାନି ବୋଝ ନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ନୂଆ ନିୟମ ଲାଗୁ କରିବା ମାସେ ବିତିଲାଣି। ଏହା ପରେ କେଉଁ ସ୍କୁଲରେ ଏହି ନିୟମ କାର୍ଯ୍ୟକାରୀ ହୋଇଛି କେଉଁଠି ହୋଇ ନାହିଁ ସେ ନେଇ ତଦାରଖ କରାଯାଉଛି।

Share