ବେଜିଂ,୨୦।୬: ଚାଇନାର ଏକ କମ୍ପାନୀରେ କାମ କରୁଥିବା ଜଣେ ମହିଳାଙ୍କୁ ସାମାନ୍ୟ କାରଣ ପାଇଁ ଚାକିରି ହରାଇବାକୁ ପଡିଛି। କାରଣ ହେଉଛି ସେ ତାଙ୍କ ବସ୍ଙ୍କ ପାଖକୁ ଏମିତି କିଛି ମେସେଜ୍ କରିଛନ୍ତି ଯାହା ତାଙ୍କୁ ମହାଙ୍ଗା ପଡିଛି। ମହିଳା ଜଣକ ବସ୍ଙ୍କ ମେସେଜ୍ର ଉତ୍ତର ଦେବା ବେଳେ ଓକେ ଲେଖି ଏକ ଇମୋଜି ସେଣ୍ଡ କରି ଦେଇଥିଲେ। ଏତିକି ମାତ୍ର ଭୁଲ୍ ପାଇଁ ତାଙ୍କୁ ଚାକିରି ହରାଇବାକୁ ପଡିଛି। କାରଣ ବସ୍ଙ୍କ ପାଖକୁ ଇମୋଜି ପଠାଇବା କମ୍ପାନୀ ନିୟମ ବାହାରେ। ତେଣୁ ସେ କମ୍ପାନୀର ନିୟମ ଭଙ୍ଗ କରିଥିବାରୁ ତାଙ୍କୁ ଚାକିରିଟି ହରାଇବାକୁ ପଡିଛି।