ବସ୍‌ରେ ବିଦ୍ୟୁତ୍‌ ତାର ଲାଗି ୧୦ ଯାତ୍ରୀଙ୍କ ମୃତ୍ୟୁ ଘଟଣା: ଡ୍ରାଇଭର ଗିରଫ

ଗୋପାଳପୁର,୧୨।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଢରାଜପୁର ଛକରେ ଗତ ରବିବାର ବସ୍‌ ଦୁର୍ଘଟଣାରେ ୧୦ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରଠାରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ତାଙ୍କୁ ବୁଧବାର ଗିରଫ କରାଯାଇଥିବା ସୂଚନା ମିଳିଛି। ସେ ହେଲେ ଗଗନ ନାୟକ।

ପ୍ରକାଶ ଯେ, ସିଲ୍କ ସିଟି ନାମକ ଯାତ୍ରୀବାହୀ ବସ୍‌ଟି ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ୧୦ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକେ ଆହତ ହୋଇଥିଲେ। ତେବେ ତାର କେତେ ଉଚ୍ଚରେ ଥିଲା ସେନେଇ ତଦନ୍ତ କରାଯାଉଛି। ଘଟଣାକୁ ନେଇ ଓଏଚ୍‌ଆର୍‌ସି ରିପୋର୍ଟ ତଲବ କରିଛନ୍ତି।

Share