ଚେନ୍ନାଇ, ୮।୭: ଦକ୍ଷିଣ ଭାରତରେ ହିନ୍ଦୀ ଭାଷାକୁ ନେଇ ତୀବ୍ର ବିରୋଧ ଆରମ୍ଭ ହୋଇଯାଇଛି। ବସ୍ଗୁଡିକରେ ହିନ୍ଦୀ ଲେଖାକୁ ବିରୋଧ କରି ଡିଏମକେ ନେତ୍ରୀ କାନିମୋଝି ତାମିଲ ଭାଷାର ମହତ୍ତ୍ୱ କମ କରିବା ପାଇଁ ପ୍ରୟାସ ଚାଲିଛି ବୋଲି ସେ କହିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କୁ ନିନ୍ଦା କରିଛନ୍ତି। ତାମିଲନାଡୁ ସରକାର କେନ୍ଦ୍ର ସରକାରଙ୍କ ସହ ମିଶି ରାଜ୍ୟରୁ ତାମିଲ ଭାଷାକୁ ଦବାଇ ଦେବା ପାଇଁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସ୍କୁଲରେ ହିନ୍ଦୀକୁ ତୃତୀୟ ଭାଷା ଭାବେ ବାଧ୍ୟତାମୂଳକ କରିବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର। ଏହି ନିର୍ଦ୍ଦେଶକୁ ଦକ୍ଷିଣ ଭାରତରେ ତୀବ୍ର ବିରୋଧ କରାଯାଇଥିଲା। ଡିଏମକେ ମୁଖ୍ୟ ଷ୍ଟାଲିନ କହିଥିଲେ, ତାମିଲମାନଙ୍କ ରକ୍ତରେ ହିନ୍ଦୀ ରହିବ ନାହିଁ। ତାମିଲନାଡୁରେ ହିନ୍ଦୀ ପଢାଇବାକୁ ବାଧ୍ୟ କରିବା ନିର୍ଦ୍ଦେଶ ବହୁ ମୂଲ୍ୟ ଦେବାକୁ ପଡିବ। କେନ୍ଦ୍ର ସରକାର ଏହି ନିଷ୍ପତ୍ତିରୁ ଦୂରେଇ ରୁହନ୍ତୁ।