ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ଘଟଣା: କ୍ଷତିପୂରଣ ଦାବିରେ ମୃତଦେହ ରଖି ଆନ୍ଦୋଳନ

ଭଦ୍ରକ ଅଫିସ,୩।୧: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଶୁକ୍ରବାର ଭୋର୍‌ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୮ଜଣ ଗୁରୁତର ହୋଇଛନ୍ତି। ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି। ପରେ ଲୋକେ ଆଉଟ୍‌ଡୋର ସମ୍ମୁଖରେ ମୃତହେହ ରଖି କ୍ଷତିପୂରଣ ଦାବି କରିଛନ୍ତି। ପୋଲିସ ପହଞ୍ଚି ଆଲୋଚନା ଜାରି ରଖିଛି।

Share