ବସ୍‌ ଟ୍ରାଜେଡିର ହେବ ସମୀକ୍ଷା, ବସିବ ଉଚ୍ଚସ୍ତରୀୟ ବୈଠକ: ଶକ୍ତିମନ୍ତ୍ରୀ

ଭୁବନେଶ୍ୱର, ୧୦।୨(ବ୍ୟୁରୋ): ଗଞ୍ଜାମ ଜିଲା ବ୍ରହ୍ମପୁରରେ ୧୧ କେଭି ବିଦ୍ୟୁତ ତାର ଲାଗି ୧୦ ଜଣ ବସ୍‌ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଶକ୍ତି ବିଭାଗର ସୁପରିଟେଣ୍ଡେଣ୍ଟ, ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯାଇଛି ବୋଲି ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ସୋମବାର ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ପରିବହନ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ଅଧିତ୍କାରୀମାନେ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବସ୍‌ ଦୁର୍ଘଟଣା କିପରି ଏବଂ କାହିଁକି ହେଲା। ବିପଦ ସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ତାର ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ।

Share