ବସ୍‌ ଡ୍ରାଇଭର, କଣ୍ଡକ୍ଟରଙ୍କୁ ମାଡ଼ମାରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସଜନାଗଡ଼,୧୩।୧୦(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ୧୯ ନଂ. ରାଜ୍ୟ ରାଜପଥ ସଜନାଗଡ଼ ନିକଟ ଜାବୁଢିସାହି ଛକଠାରେ ଶନିବାର ରାତିରେ ଏକ ଯାତ୍ରୀବାହୀ ବସ୍‌ ଡ୍ରାଇଭର, କଣ୍ଡକ୍ଟରଙ୍କୁ ମାରଣାସ୍ତ୍ର ଦେଖାଇବା ସହ ମାଡ଼ମାରି ଦୁର୍ବୃତ୍ତ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି।
ସୂଚନାଯୋଗ୍ୟ, ଶରତରୁ ଭୁବନେଶ୍ବର ଯାଉଥିବା(ଓଡି୦୫ଇ ୯୧୯୨)ବିଜୟା ବସ୍‌କୁ ରାତିରେ ୪ ଦୁର୍ବୃତ୍ତ ଅଟକାଇବା ସହ ଡ୍ରାଇଭର ଗିରିଜା ପ୍ରସନ୍ନ ଓ କଣ୍ଡକ୍ଟର ଗୋବିନ୍ଦ ଚନ୍ଦ୍ର ବେହେରାଙ୍କୁ ମାରଣାସ୍ତ୍ର ଦେଖାଇଥିଲେ। ଏହା ସହ ସେମାନଙ୍କୁ ମାଡ଼ମାରି ଟଙ୍କା ଲୁଟି ନେଇଥିଲେ। ଖବରପାଇ ନୀଳଗିରି ଥାନା ସବ୍ଇ‌ନ୍ସପେକ୍ଟର ବାସୁଦେବ ଜୟସିଂହ ସଦଳବଳେ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଜାରି ରଖିଛନ୍ତି।