ବସ୍‌ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ଠାକୁରମୁଣ୍ଡା,୧୬ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ- ଖିଚିଂ ରାସ୍ତାର କାଶିଆ ଜଙ୍ଗଲ ନିକଟରେ ମଙ୍ଗଳବାର ଏକ ବସ୍‌ ଧକ୍କାରେ ୨ ବାଇକ ଅରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଯାଜପୁର ଜିଲା ବ୍ରାହ୍ମଣୀପାଳ ଥାନା ଅନ୍ତର୍ଗତ ଖସାପୋଡ଼ା ଗ୍ରାମର ଶ୍ୟାମ ତିରିଆ ଓ ବ୍ରଜମୋହନ ସିଂ ବୋଲି ପୋଲିସ କହିଛି। ସୂଚନା ଅନୁଯାୟୀ, ମଧ୍ୟାହ୍ନ ୧୨ଟା ସମୟରେ ଖିଚିଂରୁ କରଞ୍ଜିଆ ଆସୁଥିବା ବସ୍‌ଟି ଏକ ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଶ୍ୟାମଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ବ୍ରଜମୋହନଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ରରୁଆଁ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।