ବସ୍‌ ପଛରେ ପିଟିହେଲା ବସ୍‌: ୩୦ ଆହତ

ଫୁଲନଖରା,୧୦ା୧୦(ଡି.ଏନ୍‌.ଏ.): କଟକ-ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀଠାରେ ବୁଧବାର ଏକ ବସ୍‌ ପଛରେ ଅନ୍ୟ ଏକ ବସ୍‌ ପିଟି ହୋଇଯାଇଛି। ଫଳରେ ପଛ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ପରିଚୟ ମିଳିପାରିନାହିଁ। ପ୍ରତାପନଗରୀ ଯୁବକ ସଂଘର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସରେ ଆହତଙ୍କୁ କଟକ ବଡ ଡାକ୍ତରଖାନା ପଠାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ସକାଳେ କଟକରୁ ଏକ ଯାତ୍ରିବାହୀ ବସ୍‌(ନଂ. ଓଡି୦୫ଇ-୮୩୯୫) ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ପ୍ରତାପନଗରୀଠାରେ ଚାଳକ ହଠାତ୍‌ ବ୍ରେକ୍‌ ମାରିବାରୁ ପଛରୁ ଆସୁଥିବା ଅନ୍ୟ ଏକ ବସ୍‌(ନଂ.ଓଡି୦୫ଏଏ-୬୬୨୨) ଭାରସାମ୍ୟ ହରାଇ ସେଥିରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ପରେ ଉଭୟ ଗାଡିର ଚାଳକ ଘଟଣାସ୍ଥଳରୁ ପଳାଇ ଯାଇଥିବାବେଳେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ପ୍ରତାପନଗରୀ ଯୁବକ ସଂଘର ସଦସ୍ୟମାନଙ୍କ ହସ୍ତକ୍ଷେପ ଯୋଗୁ ଉତ୍ତେଜନା ଥମିଥିଲା। କଟକ ସଦର ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍‌ ଦୁଇଟିକୁ ଥାନାକୁ ନେବା ସହ ଘଟଣାର ତଦନ୍ତ ଚଳାଇଛି।

Share